ମାନସିକ ଅନଗ୍ରସର ଯୁବକର କିଡ୍ନୀ କାଡିନେବା ଉଦ୍ୟାମ : ଯୁବକକୁ ନିସ୍ତୁକ ମାଡ ଅଭିଯୋଗରେ ଥାନାରେ ମାମଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମାନସିକ ଅନଗ୍ରସର ଲୋକମାନଙ୍କୁ ସରକାର ବିଭିନ୍ନ ଯୋଜନାରେ ସହାୟତା କରିବାକୁ ପ୍ରଚେଷ୍ଟା କରୁଥିବା ବେଳେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ବ୍ୟକ୍ତି ସେମାନଙ୍କୁ ହଇରାଣ, ହରକତ ଏପରିକି ଅଂଗ ବିକ୍ରି କରାଇବାର ଉଦ୍ୟମ କରାଇଆସୁଛନ୍ତି । ଏପରିଏକ ଘଟଣା ଘଟିଛି ତାଳସାରି ମେରାଇନ୍ ଥାନା ଅଧିନ ବାଡସରିଷା ଗ୍ରାମରେ । ଘଟଣାରୁ ପ୍ରକାଶ ସେହି ଗ୍ରାମର ଅଶୋକ ଦାସଙ୍କ ପୁତ୍ର ସରୋଜ କୁମାର ଦାସ (୩୫) ଜଣେ ମାନିସିକ ଅନଗ୍ରସର ବ୍ୟକ୍ତି ଅଟନ୍ତି । ଗତ ୧-୧୦-୧୯ ଅପରାହ୍ନ ୧୨ଘଟିକା ସମୟରେ ସରୋଜ ରାସ୍ତାେରେ ଆସୁଥିବା ସମୟରେ ବାଡସରିଷା ଗ୍ରାମର ରାସ୍ତାକଡରେ ଅବସ୍ଥିତ ହରଗୌରୀ ୱାସିଂ ସେଣ୍ଟର ସମ୍ମୁଖରେ ହଠାତ୍ ସଂଖାରୀ ଗ୍ରାମର ସୁଶାନ୍ତ ଜେନା (୩୫), ବାଡ ସରିଷା ଗ୍ରାମର ଜିତୁ ଜେନା (୩୨) ଓ ଜଗନ୍ନାଥ ଦଳପତି (୩୫) ତାଙ୍କୁ ବିଭିନ୍ନ ଥଟ୍ଟାମଜା କରିବା ସଂଗେ ସଂଗେ ଅମାନୁସୀକ ଭାବେ ଶରୀରର ବିଭିନ୍ନ ସ୍ଥାନକୁ ମାଡମାରୀ ଲହୁଲୁହାଣ କରିଦେଇଥିଲେ । ଫଳରେ ତାଙ୍କର ମୁଣ୍ଡ, ଦୁଇଆଖି ଓ ଦୁଇ ଗାଲରେ ଗଭୀର କ୍ଷତ ହେବା ଯୋଗୁଁ ଯନ୍ତ୍ରଣାରେ ଚିତ୍କାର କରିବାରୁ ରାସ୍ତାରେ ଯାଉଥିବା ବ୍ୟକ୍ତିମାନେ ସରୋଜକୁ ଉଦ୍ଧାର କରିଥିଲେ । ଏପରିକି ସରୋଜର ମାଉସୀ ଗୀତାରାଣୀ ଦାସ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଏ ସଂପର୍କରେ ପଚାରିବାରୁ ସେମାନେ ତାଙ୍କୁ ମଧ୍ୟ ଜୀବନରୁ ମାରିବାକୁ ଧମକ ଦେବା ସଂଗେ ସଂଗେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ସରୋଜର କିଡ୍ନୀକୁ କାଡି ନେବା ପାଇଁ ଅଭିଯୁକ୍ତମାନେ ପ୍ରଚେଷ୍ଟା କରିଥିବାର କେତେକ ପ୍ରମାଣ ସହିତ ଅଶୋକ ଦାସ ଥାନାରେ ଅଭିଯୋଗ କରିବାରୁ ତାଳସାରୀ ମେରାଇନ୍ ଥାନାରେ ମାମଲା ୩୬/୧୯ ମୂଳେ ଭାରତୀୟ ପିଙ୍ଗଳକୋର୍ଡର ୩୪୧, ୩୨୩, ୨୯୪, ୫୦୬ ଓ ୩୪ ଧାରା ଅନୁଯାୟୀ ରୁଜୁ କରାଯାଇଛି । ଘଟଣା ସଂପକରେ ଜଳେଶ୍ୱର ଏସ୍ଡିପିଓ ସୁଦର୍ଶନ ଦାଶଙ୍କୁ ପଚାରିବାରୁ ସେ ଏହି ଘଟଣା ସଂପର୍କରେ ଅବଗତ ଅଛନ୍ତି । ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା