ମାନସିକ ବିକୃତ୍ତ ମହିଳାଙ୍କ ସୁନା ଚୋରି…

ଭଞ୍ଜନଗର (ସମୃଦ୍ଧ ଓଡିଶା) କରୋନା ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏବେ ସବୁ ସହର ଲକଡାଉନରେ ରହିଛି ସହରରେ ବୁଲୁଥିବା ପଶୁଙ୍କ ଠାରୁ ମାନସିକ ବିକୃତ ମଣିଷଙ୍କ ଅବସ୍ଥା ଶୋଚନୀୟ ହୋଇପଡିଲାଣି । ଖାଇବାକୁ ନପାଇ ଏବେ ଏଣେତେଣେ ବୁଲୁଛନ୍ତି । ଆଜି ଗଞ୍ଜାମ ଜିଲ୍ଲ ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭଞ୍ଜନଗର ସହରରେ ବୁଲୁଥିବା ଜଣେ ମାନସିକ ବିକୃତ ମହିଳା ଗାମୁଣ୍ଡି ଗ୍ରାମକୁ ଆସି ଧୂଆଁଛାଇର ଖଦାଳ ପ୍ରଧାନଙ୍କ ପାଖରେ ବସି ତାଙ୍କ ପାଖରୁ ସିଗାରେଟ ମାଗି ପିଇବା ପରେ ତାଙ୍କର ଆଂଗୁଠିରୁ ଏକ ସୁନା ମୁଦି ଧରି ଚମ୍ପଟ ମାରିଥିଲେ । ଏହି ଖବର ପାଇ ଗ୍ରାମର ଯୁବକ ମାନେ ଗୋଡ଼ାଇଥିଲେ ମହିଳାଙ୍କୁ କାବୁକରି ଧରିଥିବା ବୁଜୁଳାକୁ ଯାଞ୍ଚ କରିଥିଲେ । ସେଥିରୁ ସୁନା ମୁଦିଟି ମିଳିନଥିଲା କିନ୍ତୁ ମାନସିକ ବିକୃତ ମହିଳା ଜଣକ ପାଟିରେ ମୁଦିଟିକୁ ଲୁଚାଇ ରଖିଥିଲେ । କୌଣସି ମତେ ଯୁବକ ମାନେ ଜାଣିପାରି ମହିଳା ଜଣକୁ ପାଟି ଖୋଲିବାକୁ କହିଥିଲେ ତାପରେ ମହିଳାଙ୍କ ପାଟିରୁ ସୁନାମୁଦି ବାହାରିଥିଲା । ସୁନାମୁଦୀ ଘଟଣାଟି ହାସ୍ୟସ୍ପଦ ଲାଗୁଥିଲେ ମଧ୍ୟ ସତ । ପରେ ଯୁବକ ମାନେ ମାନସିକ ବିକୃତ ମହିଳାକୁ ଗ୍ରାମରୁ ତଡ଼ିଥିବା ଦେଖିବାକୁ ମିଳିଥିଲା ।

ରିପୋର୍ଟ : ନିଲୁ ବିଷୋୟୀ