ମାନସିକ ଭାରସାମ୍ୟ ହରାଇ ଥିବା ଗର୍ଭବତୀ ବୃଦ୍ଧାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ “ମେ ଆଈ ହେଲ୍ପ ୟୁ” ସାମାଜିକ ସଂଗଠନ ଜଳେଶ୍ୱର…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି  ସାମାଜିକ ସଂଗଠନ ଜଳେଶ୍ୱର ତରଫରୁ ଜଣେ ମାନସିକ ଭାରସାମ୍ୟ ହରାଇ ଥିବା ଗର୍ଭବତୀ ବୃଦ୍ଧାଙ୍କୁ ସାହାଯ୍ୟର ହାତ ବଢ଼ାଇଲେ “ମେ ଆଈ ହେଲ୍ପ ୟୁ” । ଖବର ଅନୁଯାଇ ବସ୍ତା ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ଆଜକୁ ଏକ ମାସ ଧରୀ ଜଣେ ମହିଳା ରହି ଆସୁଛନ୍ତି ଏବଂ ସେ ଜଣେ ଅସହାୟ ତାଙ୍କର କେହି ନାହାନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ମାନସିକ ଭାରସାମ୍ୟ ହରାଇ ଥିବା ବୃଦ୍ଧା ଯାହାଙ୍କ ବୟସ ପାଖା ପାଖି ପଚାଶ ହେବ ସେ ଗର୍ଭବତୀ ଅଛନ୍ତି ବୋଲି ଗାଁ ଲୋକମାନେ ସାମାଜିକ ସଂଗଠନକୁ ଜଣେଇଥିଲେ । ଏହାପରେ ସାମାଜିକ ସଂଗଠନ ସେଠାରେ ପହଁଚି ତାଙ୍କୁ ରାସନ, ମଶାରୀ, ଶାଢ଼ୀ, କମ୍ବଳ ଏବଂ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିଥିଲେ । ମହିଳା ଜଣଙ୍କ ତାଙ୍କ ନାମ ରୀନା ଟୁଡୁ କହୁଥିବା ବେଳେ ତାଙ୍କର ଘର ଠିକଣା କହି ପାରି ନ ଥିଲେ କିମ୍ବା ତାଙ୍କର ପରିଚୟ ଜାଣିବା ପାଇଁ କୌଣସି ପ୍ରମାଣ ପତ୍ର ନ ଥିଲା । ଜଳେଶ୍ଵର ସାମାଜିକ ସଂଗଠନ ମେ ଆଈ ହେଲ୍ପ ୟୁ ଗ୍ରାମବାସିଙ୍କ ସହ ଆଲୋଚନା କଲା ପରେ ସ୍ଥାନୀୟ ପ୍ରଶାସନକୁ ଏହାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା ଖରାପ ଥିବାରୁ ଚିକିତ୍ସା କିପରି ହୋଇ ପାରିବ, ସେ ବାବଦରେ ଆଲୋଚନା କରିଛି ସାମାଜିକ ସଂଗଠନ, ତା ସହିତ ଗ୍ରାମବାସି ଜଳେଶ୍ୱର ଓ ବସ୍ତା ଅଞ୍ଚଳର ସାମ୍ବାଦିକ ବନ୍ଧୁମାନଙ୍କ ଦ୍ୱାରା ଖବର ମାଧ୍ୟ୍ୟମରେ କିପରି ତାଙ୍କ କଥାଟି ପ୍ରସାରିତ ହେବା ସହିତ ତାଙ୍କ ଘରେ ପହଞ୍ଚି ପାରିବ ତାହା ଜଣେଇଛନ୍ତି, ଏହି ମହାନ କାଯ୍ୟକ୍ରମରେ ମେ ଆଈ ହେଲ୍ପ ୟୁ ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡ଼ା, ଭୋଗରାଇ ମୁଖ୍ୟ ପ୍ରଶାନ୍ତ ଘୋଷ, ଉପଦେଷ୍ଟା ମନୋରଞ୍ଜନ ପ୍ରଧାନ, ଏଲେନ ଘୋଷ, ତୋଫାନ ଆଚାର୍ଯ୍ୟ, ରଂଜନ କୁମାର ପାତ୍ର, ବିଜୟ କୁମାର ଶାସମଲ, ଏମ ଡି ରାଜୁ, ରଞ୍ଜନ ସିଂ, ଦେବବ୍ରତ ପଣ୍ଡା, କିଶୋର ସାହୁ, ଜୟଦେବ ସାମଲ, କୁମୁଦିନୀ ବ୍ରହ୍ମ, ସୀମାରାଣୀ ହୁଈ ଉପସ୍ଥିତ ରହି ନିରାଶ୍ରୟ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । ଏହି କାଯ୍ୟକ୍ରମରେ ଗ୍ରାମବାସି ସହଯୋଗ ସହ ଏହି ପରି ସାମାଜିକ ସଂଗଠନକୁ ବୁଦ୍ଧିଜୀବିମାନେ ପ୍ରସଂଶା କରିଥିଲେ ।

ରିପୋର୍ଟ : ଭୂପତି ପରିଡା