ମାଟିରେ ହେଉ କି ସୁନାର ଦୀପ ତ
ସେ କଥା ନୁହେଁ ଜରୁରୀ,
କେତେ ସ୍ଥାନକୁ ସେ ଆଲୋକିତ କରେ
ବୁଝିବା ତାହା ବିଚାରି ।
ଗରିବ ହେଉ କି ଧନୀ ହେଉ ଅବା
ସେ କଥା ନୁହେଁ ଜରୁରୀ,
ପରୋପକାରରେ ଜୀବନ କେ ‘ଦିଏ
ବୁଝ ଆହେ ନର ନାରୀ !
ଅଭିମନ୍ୟୁ ଠାରୁ ଶିଖିବା ଆସରେ
ସାହସ ସହ ହାରିବା,
ମାତ୍ର ଜୀବନରେ ସାହସକୁ କେବେ
ମନୁ ଦୂରେଇ ନ ଦେବା ।
ସେବା ସବୁଙ୍କର କରି ଚାଲ ତୁହି
ପାଇବା ଆଶା ନ ରଖି,
ସେବାର ପ୍ରକୃତ ମୂଲ୍ୟ ଭଗବାନ
ଦେଇଥା’ନ୍ତି ଯେ ପରଖି ।
ମନେ ଯଦି ଭୟ କରୁଥାଅ ତୁମେ
ଭଗବାନଙ୍କୁ ହିଁ ଡର
ମଣିଷକୁ କେବେ ଭୟ କରନା ତୁ
କିଛି କରିବେନି ତୋର. ।
ଧନ, ଦଉଲତ, ଐଶ୍ଵର୍ଯ୍ୟ, ବିଭବ
ଭଗବାନ ଦେଇଥା’ନ୍ତି,
ମଣିଷ କେବେ ହେଁ ଏସବୁ ଜିନିଷ
ମନୁଷ୍ୟେ ଦେଇ ନ ଥା’ନ୍ତି ।
ଜୀବନରେ ସୁଖ ପାଇବାକୁ ଚାରି –
– ପଥ ଅନୁସରି ଯାଅ
ପ୍ରଥମେ ନିଜର ମନ, ବିବେକକୁ
ଶୀତଳତା ଦେଉ ଥାଅ ।
ଦ୍ବିତୀୟଟି ହେଲା ସମୟକୁ ସଦା
କରିବୁ ଯଦି ଆଦର,
ସଦ୍ ବ୍ୟବହାର କଲେ ସମୟର
ମିଳିବ ସୁଖ ଅପାର ।
ତୃତୀୟଟି ହେଲା ଭବିଷ୍ୟତ ପାଇଁ
କରିଥା’ କିଛି ସଞ୍ଚୟ,
ଧନ, ସମ୍ପତ୍ତି ନା, ଯଶ, କୀର୍ତ୍ତି ଯାହା
ଅଟେ ଅବିସ୍ମରଣୀୟ i
ଚତୁର୍ଥଟି ହେଲା ନିଜ ଗୋଡ଼ ସଦା
ମାଟି ପରେ ରଖି ଚାଲ
ଐଶ୍ଵର୍ଯ୍ୟ, ବିଭବ ମତ୍ତରେ କେବେ ହେଁ
ଉଡ଼ିବା କଥାକୁ ଭୁଲ. ।
ଗର୍ବ, ଅହଙ୍କାରେ ଯିଏ ଭାବେ ମୁହିଁ
ବଡ ଦାନୀ, ମାନୀ, ଜ୍ଞାନୀ,
ପାଦ ମୋର ପୃଥ୍ବୀ ପରେ ରଖିବି ନି
ତାକୁ କି କହିବା ଜ୍ଞାନୀ ?
ଘନଶ୍ୟାମ ତ୍ରିପାଠୀ
ଏମ..ଭି.୧୯, ମାଲକାନଗିରି,
ନନ୍ଦୋର, ଜି:-ଭଦ୍ରକ