ମାର୍ଚ୍ଚ ୩ରୁ ଆନ୍ଦୋଳନକୁ ଓହ୍ଲାଇବ ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ, ରାତ୍ର ଜଗୁଆଳୀ ଓ ଝାଡ଼ୁଦାର ସଂଘର ବିଭିନ୍ନ ପ୍ରମୁଖ ଦାବୀ ସମସ୍ୟା ପୁରଣ ନିମନ୍ତେ ଆସନ୍ତା ମାର୍ଚ୍ଚ ୩ ତାରିଖରୁ ବିଶାଳ ଗଣଧାରଣା ଲୋୟର ପିଏମ୍‌ଜି, ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ସମସ୍ତ ୬,୭୯୮ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରୁଥବା ୪ର୍ଥ ଶ୍ରେଶୀ କର୍ମଚାରୀ ସମୂହ ଭାବେ ଆନ୍ଦେଳନରେ ସାମିଲ୍ ହେବାକୁ ରାଜ୍ୟ ସଂଘ ତରଫରୁ ଆହ୍ୱାନ ଦିଆଯାଇଛି ।

ରିପୋର୍ଟ : ଆକାଶ ମିଶ୍ର