

ମାଲକାନଗିରି (ସମୃଦ୍ଧ ଓଡିଶା) ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ନିକଟରେ ଥିବା ମୁଣ୍ଡାଗୁଡା ଠାରେ ଏକ ଯାତ୍ରୀବାହୀ ବସ୍ ପୋଡିଦେଇଛନ୍ତି ମାଓବାଦୀ । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ୨୦ରୁ ଅଧିକ ମାଓବାଦୀ କୋମରପାଲିରୁ ମୋଟୁ ଯାଉଥିବା ‘ନଡିଆରାଣୀ’ ନାମକ ଏକ ବସକୁ ମୁଣ୍ଡାଗୁଡ଼ା ନିକଟରେ ଅଟକାଇଥିଲେ। ସେମାନେ ଯାତ୍ରୀଙ୍କୁ ବସ୍ରୁ ଓହ୍ଲାଇ ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ।ପରେ ନକ୍ସଲମାନେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ନିର୍ଧୂମ ପିଟିଥିଲେ। ନକ୍ସଲଙ୍କର ପ୍ରତିବାଦ ସପ୍ତାହ ଚାଲିଥିବା ବେଳେ କାହିଁକି ବସ୍ ଆଣିଲ ବୋଲି କହି ସେମାନେ ବସ୍ କର୍ମଚାରୀଙ୍କୁ ପିଟିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
