ମାଲକାନଗିରି (ସମୃଦ୍ଧ ଓଡିଶା) ଆଇଏଏସ ଅଫିସର ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କୁ ହତ୍ୟାକାରୀ ରୂପେ ଅଭିଯୋଗ କରି ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । କିଛି ଦିନ ପୂର୍ବେ ମାଲକାନଗିରି ଜିଲ୍ଲାପାଳଙ୍କ ପି.ଏଙ୍କ ମୃତ୍ୟୁ ହୋଇଥିଲା । ତାହା ମୃତ୍ୟୁ ନୁହେଁ ହତ୍ୟା ବୋଲି ଅଭିଯୋଗ ତଥା ପ୍ରଚାର ହେଉଥିଲା । ସେଥିପାଇଁ ଜିଲ୍ଲାପାଳଙ୍କୁ ଦାୟୀ ବୋଲି ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏହି ବନ୍ଦ ପାଳନ କରାଯାଉଥିବା ଜଣାପଡିଛି । ବନ୍ଦ ପାଳନକୁ ଜିଲ୍ଲା ଆଦିବାସୀ ସଂଘ ସମର୍ଥନ କରୁଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଜିଲ୍ଲାରେ ଯଥେଷ୍ଟ ପଡିଛି । ଗାଡି ମୋଟର ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପୋଲିସ ସଜାଗ ରହିଥିବା ଜଣାପଡିଛି ।