ମାଲକାନଗିରି ବସ୍‌ ଓଲଟି ୩୦ରୁ ଉର୍ଦ୍ଧ ଯାତ୍ରୀ ଆହତ, ଅନେକ ଗୁରୁତର…

ମାଲକାନଗିରି (ସମୃଦ୍ଧ ଓଡିଶା) ମାଲକାନଗିରିରେ ଗତକାଲି  ଅପରାହ୍ନରେ ଏକ ଯାତ୍ରୀବାହୀ ଘରୋଇ ବସ ଭାରସାମ୍ୟ ହରାଇ ବୈପାରି ଗୁଡ଼ା-ଗୋବିନ୍ଦପାଲି ଘାଟି ନିକଟରେ ଓଲଟି ପଡ଼ିଲା । ଏଥିରେ ଥିବା ୪୦ଜଣ ଯାତ୍ରୀଙ୍କ ମଧ୍ୟରୁ ୩୦ରୁ ଉର୍ଦ୍ଧ  ଯାତ୍ରୀ ଆହତ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟଲୋକେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରୁ ଦୌଡ଼ି ଆସି ଆହତ ଓ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ସହିତ ଗୋବିନ୍ଦପାଲି ହସ୍‌ପିଟାଲର ନେବାର ବନ୍ଦୋବସ୍ତ କରିଥିଲେ। ପୁଲିସ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି। ୪୦ଜଣ ଯାତ୍ରୀଙ୍କୁ ଧରି ଆସି ଅପରାହ୍ନରେ ମହାବାହୁ ନାମକ ଏହି  ଘରୋଇ ବସ ଜୟପୁରରୁ ଚିତ୍ରକୋଣ୍ଡା ଯାଉ ଥିଲା। ଏହି ସମୟରେ ବସ୍‌ଟି ବୈପାରିଗୁଡ଼ା-ଗୋବିନ୍ଦପାଲି ଘାଟି ନିକଟରେ ଭାରସାମ୍ୟ ହରାଇ ହଠାତ୍‌ ଓଲଟି ପଡ଼ିଥିଲା। ଏଥିରେ ବୃଦ୍ଧା-ବୃଦ୍ଧ ସମେତ ମହିଳା, ଯୁବକ ଓ ଶିଶୁଙ୍କୁ ମିଶାଇ ପ୍ରାୟ ୪୦ରୁ ଊର୍ଧ୍ୱ ଯାତ୍ରୀ ଥିବା ଜଣାପଡ଼ିଛି।