

ପାତ୍ରପୁର (ସମୃଦ୍ଧ ଓଡିଶା) ପାତ୍ରପୁର ବ୍ଲକ ମନ୍ଦରଡା ପଞ୍ଚାୟତର ମାଳି ସାହିରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ଲୋକ ଅଂଶ ଗ୍ରହଣ କରି ଦିଗପହଣ୍ଡି ବ୍ଲକ ସମାସିଙ୍ଗିଶାସନ ବହୁଦା ଘାଟରେ ପହଞ୍ଚି ବହୁଦା ନଦୀ ପୀଠରେ ପୂଜାର୍ଚ୍ଚନା କରି କଳସଯାତ୍ରା ଆରମ୍ଭ କରିଥିଲେ । ବାରୁଣୀଘାଟ ଠାରୁ ସମାସିଙ୍ଗି ଶାସନ, ଭ୍ରମରପୁର, ମୁକୁନ୍ଦପୁର ଗ୍ରାମ ପାର ହୋଇ ପାଙ୍ଗୁଲା ଘାଟି ରାସ୍ତା ଦେଇ ଗୁରୁଙ୍ଗି ଗ୍ରାମ ଦେଇ ପ୍ରାୟ ୧୦ କିଲୋମିଟର ଅତିକ୍ରମ କରି ଗ୍ରାମରେ ପହଞ୍ଚିଥିଲେ । ଏହାପରେ ସଂକୀର୍ତ୍ତନ, ଶଙ୍ଖ, କାହାଳୀ, ମହିଳାଙ୍କ ହୁଲୁହୁଳି ମଧ୍ୟରେ ଗ୍ରାମର ମାଳି ସାହିରେ ପୂଜା ସ୍ଥାପନ କରାଯାଇଥିଲା । ଏହାପରେ ଗଜଲକ୍ଷ୍ମୀ ପୂଜାର ପାରମ୍ପାରିକ ରୀତି ନୀତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ପୂଜା ଚାରି ଦିନ ଧରି ଅନୁଷ୍ଠିତ ହେବ ବୋଲି ମହନ୍ତ ରାଜକିଶୋର ଦାଶ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା
