ମାସିକ ସାହିତ୍ୟ ଆସର : ମାତ୍ରୁଶକ୍ତି ହିଁ ଶ୍ରେଷ୍ଠ ଶକ୍ତି

ରାଉରକେଲା(ସମୃଦ୍ଧଓଡିଶା) ରାଉରକେଲାର ଅଗ୍ରଣୀ ସାହିତ୍ଯ ସଂସ୍କ୍ରୁତି ଅନୁଷ୍ଠାନ “ରାଉରକେଲା ସାହିତ୍ଯ ସଂସଦର ମାସିକ ସାହିତ୍ଯ ଆସର ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇ ଯାଇଛି | ଆବାହକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ଯବକ୍ତା ଭାବେ ଧାମରା ସଂଘର ସାଧାରଣ ସଂପାଦକ ଭଗବାନ ରାଉତ ଯୋଗଦାନ କରି କହିଲେ , ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ ଓ ମା’ଙ୍କ ନବଦିନାତ୍ମକ ପୂଜା | ଧରାବତରଣ କରି ସାରିଛନ୍ତି ମା ଦୁର୍ଗତି ନାଶିନୀ ଦୁର୍ଗା ,ମାତ୍ରୁଶକ୍ତିର ପ୍ରତୀକ |ଜଗତ ଜନନୀ ମାଆ ଦୁର୍ଗା ପ୍ରୁଥିବୀକୁ ସତ୍ଯ ଶିବ ସୁନ୍ଦରରେ ପରିଣତ କରିଛନ୍ତି | ସେ ନବରାତ୍ର ର ନଅ ଦିନରେ ପ୍ରଥମ ଦିନେ ଶୈଳ ପୁତ୍ରୀ ,ଦ୍ବିତୀୟ ଦିନେ ବ୍ରହ୍ମ ଚାରିଣୀ ,ତ୍ରୁତୀୟ ଦିନେ ଚନ୍ଦ୍ରଘଣ୍ଟା ,ଚତୁର୍ଥ ଦିନେ କୁଷ୍ପାଣ୍ଡା ପଞମ ଦିନେ ସ୍କନ୍ଧମାତା ଷଷ୍ଠ ଦିନେ କାଯତ୍ଯାୟନୀ , ସପ୍ତମ ଦିନେ କାଳରାତ୍ରୀ , ଅଷ୍ଟମ ଦିନେ ମହାଗୌରୀ ଓ ନବମ ଦିନେ ସିଦ୍ଧିଦାତ୍ରୀ ପୂଜା ଅନୁଷ୍ଠିତ ହେବାର ବିଧି ବିଧାନ ବିଷୟରେ ବର୍ଣ୍ଣନା କରିଥିଲେ ,ଏହି ନବରାତ୍ର ପାଳନ ଦ୍ବାରା ପ୍ରୁଥିବୀରୁ ଆସୁରିକ ଶକ୍ତି ଲୋପ ପାଇଥାଏ ତେଣୁ ମା’ର ଆଶୀର୍ବାଦ ହେଉଛି ଦୁନିଆର ସର୍ବଶ୍ରଷ୍ଠ ଆଶୀର୍ବାଦ | ମୁଖ୍ଯ ଅତିଥି ଭାବେ ଦେବେନ୍ଦ୍ର ବଳ ମା ଦୁର୍ଗାଙ୍କର ନଅଦିନକୁ ନଅଟି ଶକ୍ତିରୂପେ ବର୍ଣ୍ଣନା କରିଥିଲେ | ପ୍ରାରମ୍ଭରେ ସଂସଦର ସଭାପତି ତାଙ୍କର ସଭାପତତ୍ବ ଅଭିଭାଷଣରେ ସଂସଦ ସର୍ବଦା ସାହିତ୍ଯ ଆଉ ସସ୍କ୍ରୁତିକୁ ପାଥେୟ କରି ଆଗକୁ ଅଗ୍ରସର ହେବ ବୋଲି କହିଥିଲେ | ସଂସଦର କାର୍ଯ୍ଯକାରୀ ସଭାପତି ଅନିଲ କୁମାର ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ,ଶେଷରେ ଉପସଭାପତି ରମେଶ ଚନ୍ଦ୍ର ବାରିକ୍ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ |ସଂସଦର ସମସ୍ତ କର୍ମକର୍ତ୍ତା କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ.

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *