



ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମର ଆସନ୍ତା ୨୮ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହକି ବିଶ୍ୱ କପ ଅନୁଷ୍ଟିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରର ମାସ୍କଟ ଓଲି ପହଞ୍ଚିବାପରେ ପରେ ସେଠାରେ ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ହକି ସଂଘ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସ୍ୱାଗତ ରାଲିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଳାଙ୍ଗ, ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଥୋର, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଗଞ୍ଜାମ ଜିଲ୍ଲା ହକି ସଂଘର ସଭାପତି ତଥା ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ବିଡ଼ିଓ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସୁବ୍ରତ ପଟ୍ଟନାୟକ ଓ ଗୋପାଳ ଚୋୖଧୁରୀ, ଗୋପାଳପୁର ପୋର୍ଟର ଶାନ୍ତୁନୁ ମହାପାତ୍ର, ଆଇଆରଇର ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ହକି ସଂଘର ସଂପାଦକ ରାଜେନ୍ଦ୍ର କୁମାର ବେହେରା, ଉପସଭାପତି ଟି. ଚନ୍ଦ୍ରଶେଖର ରାଓ ଓ ଅଜୟ ମହାପତ୍ର, କୋଷାଧ୍ୟକ୍ଷ ଏହିଭୂଷଣ ସାହୁ, ଯୁଗ୍ମ ସଂପାଦକ ତୁଷାରକାନ୍ତ ପାଣ୍ଡି, ସନ୍ତୋଷ କୁମାର ଗୌଡ଼, ଅନୀଲ କୁମାର ବେହେରା, ଦିପ୍ତୀସ ପଟ୍ଟନାୟକ, ସନ୍ତୋଷ ବିଷୋୟୀ, ଏ ରାବଣା ରାଓ, ରବୀନ୍ଦ୍ର କୁମାର ସାହୁ, ଏ ଭେଙ୍କଟା ରାଓ ଦୋରା, ଅଜୟ ପରିଡା, ଏସ ଶ୍ରୀନିବାସ ରେଡ୍ଡୀ, ଆପତାପ ଖାନା, ବି ରାଜିବାବୁ, କେ ରାମା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ହକି ସଂଘର ସଭାପତି ତଥା ଛତ୍ରପୁର ବିଧାୟକଙ୍କ ନେତୃତ୍ୱରେ ରାତି ୧୦ ଟା ପର୍ଯ୍ୟନ୍ତ ଦୁଇଟି ସେମିଫାଇନାଲ ଓ ଗୋଟିଏ ଫାଇନାଲ ମୋଟା ୩ ଟି ଖେଳ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଭୁବନେଶ୍ୱର ଏକ୍ସଲେନ୍ସିଂ ସେଣ୍ଟର ସ୍ପୋଟର୍ସ କ୍ଲବ, ରେଳବାଇ ଇଷ୍ଟକୋଷ୍ଟ ଓ ଭୁବନେଶ୍ୱର ଏକ୍ସଲେନ୍ସିଂ ସ୍ପୋଟର୍ସ କ୍ଲବ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଥିଲେ । ଏହି ଜାତୀୟ କ୍ରୀଡା ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ କରି କୋଚ ଭାବେ ସରକାରୀ ଚରଣ ଚୌଧୁରୀ ସେମାନଙ୍କ ଟିମ ସହ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ଥିଲେ ।





ଏହି ଅବସରରେ ଛତ୍ରରପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ …


ରିପୋର୍ଟ : ନିମାଇଁ ଚରଣ ପଣ୍ଡା