

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କ ମାସ୍କ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ କିମ୍ବା ସିବିଆଇ ତଦନ୍ତ କରାଯାଉ ବୋଲି ଦାବୀ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ତରଫରୁ ମହାମହିମ ରାଜ୍ୟପାଳଙ୍କୁ ବ୍ରହ୍ମପୁର ଆରଡିସିଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି । କରୋନା ପାଇଁ ମାସ୍କ କିଣାରେ ଦୁର୍ନୀତି ଅଭିଯୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଶୋଭାଯାତ୍ରାରେ କଂଗ୍ରେସ ଜନସାଧାରଣମାନଙ୍କୁ ଦୁର୍ନୀତି ସମ୍ପର୍କରେ ଅବଗତ କରାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ତ୍ରିନାଥ ବେହେରା, ପୀତବାସ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ସୁବାଷ ରାଉତ, ପଦ୍ମ ଚରଣ ସାହୁ, ଭୋକାଲି ସେଠୀ, ତ୍ରିଲୋଚନ ରେଡ୍ଡୀ, ଗଣପତି ବାରିକ, ଭୀମରାଜୂ ରେଡ୍ଡୀ, ଇଜୁ ଅମିନ ଖାନ, ବବୁଲା ବେଗ, ଶିବ ରାମ ପାତ୍ର, ଦେବୀ କିଶୋର, ନିରୁପମା ପଟ୍ଟନାୟକ, ସ୍ମୃତିମୟୀ ପଟ୍ଟନାୟକ, ଏସ. ଦଣ୍ଡ ପାଣି, ସିଦ୍ଧାନ୍ତ ସାହୁ, ଇଲିଆସ ଖାନ, ଓଦିଅ ପାଣିଗ୍ରାହୀ, ସାଇ ପ୍ରସାଦ ପାତ୍ର, ଜଲାଲ ଖାନ, ରବି ଅଧିକାରୀ, ନାରାୟଣ ନାୟକ, କିଶୋର କାପୁର, ବୁସି ରାଓଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



