ମା’ ଗଜଲକ୍ଷ୍ମୀ ପୂଜାରେ ଚଳଚଞ୍ଚଳ ରାୟଗଡା ସହର

ରାୟଗଡ଼ା(ତୁଷାର ରଞ୍ଜନ ସାହୁ) : ରାୟଗଡା ସହରରେ ମା’ ଗଜଳଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ରାୟଗଡା ସହରରେ ନିୟୁ କଲୋନୀ ସ୍ଥିତ ମା’ ଗଜଳଷ୍ମୀ ପୂଜା କମିଟି, ରାମା ଟେକିଷ ଜଂସୋନ ସ୍ଥିତ ସାଇ ୟୌଥ ଏସୋସେସନ୍ ଓ ନୀଳାଚଳ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ଗଜକଷ୍ମୀ ପୂଜା । ଯାହା ଫଳରେ ରାୟଗଡା ସହର ଚଳଚଞ୍ଚଳ ରହିଥିବା ବେଳେ ମିନାବଜାର ସାଙ୍ଗକୁ ସୁଆଦିଆ ଖାଦ୍ୟର ଷ୍ଟଲ ଗୁଡିକ ବେଶ ଆକର୍ଷଣ ପାଲଟିଛି । ସେହିପରି ପୂଜା କମିଟି ପକ୍ଷରୁ ସୁନ୍ଦର ତୋରଣ ସହ ରଙ୍ଗ ବେରଙ୍ଗର ଅଲୋକସଜା ସାଙ୍ଗକୁ ରାୟଗଡା ଓ ରାୟଗଡା ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଖେଳାଇଛି । ନିୟୁ କଲୋନୀ ପୂଜା କମିଟି ପକ୍ଷରୁ ୨୪ ତାରିଖ ସନ୍ଧ୍ୟାରୁ ମା’ଙ୍କର ଆବାହନ ଓ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ବେଳେ ୧୨ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ବିଧିରେ ପ୍ରତ୍ୟହ ସୂର୍ଯ୍ୟ ପୂଜା, ଷୋଡଶ ଉପଚାର ଓ ହୋମଯଜ୍ଞ ଇତ୍ୟାଦି ସହ ସନ୍ଧ୍ୟା ଆଳତି ଭଳି କାର୍ଯ୍ୟକ୍ରମ କରାଯିବା ସହିତ ୪ ତାରିଖ ଦିନ ୧୨ଟାରେ ପୂର୍ଣ୍ଣାହୁତି ଓ ବିସର୍ଜନ କରାଯିବ । ପୂଜା ମଣ୍ଡପରେ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।