ଥେରୁବାଲି (ସମୃଦ୍ଧ ଓଡିଶା) କୋଲନରା ବ୍ଲକ କେଲିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପାଇକପଡା ଗ୍ରାମରେ ମା’ ଜୟଦୁର୍ଗା ଭଲିଭଲ ଟୁର୍ଣ୍ଣାମେଣ୍ଟ କମିଟି ଅନୁକୁଲ୍ୟରେ ଏକ ଗ୍ରାମ୍ୟ ସ୍ଥରୀୟ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଥେରୁବାଲି ଇମ୍ଫା କାରଖାନାର ଲୋକ ସମ୍ପର୍କ ବିଭାଗର ମୁଖ୍ୟ ଶକ୍ତି ପ୍ରମାଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ । କେଲିଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମିଣିଆକା ବାମିଣି, ସମିତିସଭ୍ୟା ଶ୍ରୀମତୀ ସାଇଲାଡା ଲକ୍ଷ୍ମୀ, କୋଳନରା ବ୍ଲକ ଉପାଧ୍ୟକ୍ଷ ତେଜରାଜ ନାଗ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ, ପାଇକପଡାରେ ଏଭଳି ଏକ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହ ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଇମ୍ଫା ସର୍ବଦା ସଚେତନ ବୋଲି ପ୍ରକାଶ କରିଥିଲେ । ଏହି ପ୍ରତିଯୋଗିତାରେ ଗ୍ରାମାଞ୍ଚଳର ୪୦ଗୋଟି ଦଳ ଯଥା ଏମାଲିଗୁଡା, ଦେଓପୁର, ରେଲି ପଦର, ଭାତପୁର, ଗାଡି ଶେଷଖାଲ, ହମେଇ ଗୁଡା, ପାଇକପଡା, ପୂଜାରୀଗୁଡା, ପୋଲିପିଣ୍ଡା, ପାତ୍ର ପୁଟ, ସିଲି ପୁଟ, ଗକିରି ପାଲି, ଥେରୁବାଲି, ବିରିବାଡ଼ି, ଶଙ୍କର ପଦର, କନ୍ଧକାତି ପାଡୁରେ କାତିଗୁଡା ପଲମା, ବୋରିଗୁଡା, ବୁର୍ଦୁଗୁଡା, ରେଲିବାଡ଼ି ଗାଁ, ବାଲିଖମାର ସରାକୁ ପିତେଷୁ, ଆତୁଗୁଡା, ଗୋପୀ କାଙ୍କଗଡି, ଟାଲିସାହି, ରାମପୁର ଖେଦାପଡା, କର୍ତ୍ତୀକାଗୁଡା, ଗେରାପୁଟ ମାଉଡିଗୁଡା, କର୍ଣ୍ଣପାଡୁ, ବିନିସପୁର ପୋଙ୍ଗିଲି ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାକୁ ରେଫରୀ ଲାକୁଜି ପ୍ରତାପ ଓ ଏ.ଆଦିନାଇଡୁ ପରିଚାଳନା କରୁଥିବା ଜଣାଯାଏ । ଅନ୍ୟମାନଙ୍କ ମଧ୍ୟରେ ପାଇକ ପଡ଼ାର ପ୍ରଭାକର ନନ୍ଦ, ଗଜାନନ ମିଶ୍ର, କଞ୍ଜାକା ଏଙ୍କାୟା, ହିମିରିକା ବେଙ୍କୁ, ବୁଲୁମିକା ପାଣ୍ଡୁ, ସହଦେବ କଞ୍ଜାକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତା ଗୋଲକ ମିଶ୍ର, ନାଚିକା ମିନା, କେଲକା ରାଜି, ହିମିରିକା ସୁବା ପ୍ରମୁଖ ଆୟୋଜନ କରିଥିବା ଜଣାଯାଏ । ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଆସନ୍ତା ୨୪/୨/୨୦୧୮ ରିଖ ଦିନ ଖେଳା ଯିବାର କାର୍ଯ୍ୟକ୍ରମ ରହିଅଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ