
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗର ପାଟଣା ପଂଚାୟତର ଶେଖସରାଇ ଗାଁସ୍ଥିତ ମା ବାଶୁଳୀ ସ୍ପୋର୍ଟ ଏଣ୍ଡ କଲଚୁରାଲ ପକ୍ଷରୁ ଏକ ରକ୍ତଦାନେ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସେକସରାଇ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆର୍ଡିର ନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ସାହୁ ଉଦ୍ଘାଟନ କରିଥିଲେ । ସଂଘର ସଭାପତି ହରିପଦ ମାନ୍ନା ରେଡକ୍ରସ ଡାକ୍ତର ମହେଶ ରଂଜନ ବିଶ୍ୱାଳ ଓ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ । ଆସୋସିଏସନ୍ର ସଦସ୍ୟମାନଙ୍କ ମଧ୍ୟରେ ଖୋକନ ଜେନା, ଗୌରାଙ୍ଗ ପଲେଇ, ତପମନ୍ୟୁ ସାହୁ, ସୁଦର୍ଶନ ମାଇତି, ମାୟାଧର ଦାସ, ସୁବଳ ସାହୁ, ସରପଂଚ ପ୍ରତିନିଧି ବିନୋଦ ମହାନ୍ତି, ପାର୍ଥସାରଥି ଗିରି, ସଂବାଦିକ ସତ୍ୟବ୍ରତ ପ୍ରଧାନ ଓ ମନୋରଂଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା