

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମା’ ବିଶ୍ୱେଶ୍ୱରୀ ଡାବା ଭଲିବଲ କ୍ଳବ ତରଫରୁ ନଗରଡ଼ିହଠାରେ ଆୟୋଜିତ ବିଶ୍ଵେଶ୍ଵରୀ ଡାବା ଭଲିବଲ ଟୁର୍ଣ୍ଣାମେଣ୍ଟ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଗତକାଲି ଫାଇନାଲ ମ୍ୟାଚ ଗୋଳାବନ୍ଧ ଓ ଗୁମ୍ମା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସେଥିରେ ଗୁମ୍ମା ଦଳ ବିଜୟ ଲାଭ କରିଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଟ୍ରପି ପ୍ରଦାନ କରିଥିଲେ । ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବ ନେତା ଅବନୀ ଶତପଥୀଙ୍କ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଗତ ୧୦ରୁ ଆରମ୍ଭ ହୋଇଥିଲା ଏଥିରେ ୧୬ଟି ଟିମ ଭାଗ ନେଇଥିଲେ । ତ୍ରିଲୋଚନ ରେଡ୍ଡୀ, ସୁରେନ୍ଦ୍ର ସେଠି, ଧର୍ମା ରେଡ୍ଡୀ, ଜଟିଆ ନାହାକ, ଗଣପତି ବାରିକ ପ୍ରମୁଖ ଏଥିରେ ଯୋଗ ଦେବା ସହିତ ସହଯୋଗ କରିଛନ୍ତି । ଏହି ଅବସରରେ ଛତ୍ରପୁରର ହକି ଖେଳାଳୀ ଆଦିରେଡି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








