

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ପୌର ପରିଷଦ ସ୍ଥିତ ବଡ ହରିଜନ ସାହି ଶଶୀଭୂଷଣ ମାର୍ଗ ୱାର୍ଡ ନମ୍ବର ୧୯ ରେ ଆଜି ୧୨ ତାରିଖ ରବିବାର ଦିନ ଓଁ ଶ୍ରୀ ଶ୍ରୀ ଶ୍ରୀ ମା ବୁଢ଼ୀ ଠାକୁରାଣୀ ଙ୍କ କଳସ ଯାତ୍ରା ହୋଇଯାଇଛି। ଏହି କଳସ ଯାତ୍ରା ଉତ୍ସବରେ ସାହି ର ମୁଖ୍ୟ ସଭାପତି ଶ୍ରୀ ସନ୍ତୋଷ କୁମାର ବେହେରା ଙ୍କ ନେତୃତ୍ୱରେ ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ପୌଷ ପୂର୍ଣ୍ଣିମା ଉପଲକ୍ଷେ ସାହିର ସମସ୍ତ ସହୋଯୋଗ ରେ ପିଠା ପଣା ସହ ବାଦ୍ୟ ଯନ୍ତ୍ର ନେଇ ବେଶ ଜାକଜମଜ ରେ ପାଳିତ ହୋଇଯାଇଛି ଏହି ପର୍ବ ୧୦୦ ବର୍ଷ ଧରି ପାଳନ ହେଉଥିବା ଶୁଣିବାକୁ ମିଳିଛି। ଏହି କଳସ ଯାତ୍ରା ରେ ଉପସଭାପତି ଅଭିମନ୍ୟୁ ନାୟକ, ସହସମ୍ପାଦକ ସେନାପତି ନାୟକ, ଯୁଗ୍ମ ସମ୍ପାଦକ ମନୋଜ କୁମାର ନାୟକ, ପୌର ସଭ୍ୟ ବସନ୍ତ କୁମାର ବେହେରା ଏବଂ ସହଯୋଗୀ ଗୌତମ ନାୟକ ଏହି ଉତ୍ସବରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହୀ ଯାତ୍ରା ରେ ସାହିର ଶତାଧିକ ମହିଳା ଓ ପୁରୁଷ ମୁଣ୍ଡରେ କଳସୀ ନେଇ ନିଜ ସାହି ରୁ ବାହାରି ସହର ପରିକ୍ରମା କରି ବାଇଞ୍ଚବଣିଆ ସ୍ଥିତ ମା ଠାକୁରାଣୀ ଙ୍କ ନିକଟରେ ପହଞ୍ଚି କଳସ ରଖି ପୂଜାର୍ଚ୍ଚନା କରିଥିଲେ। ରିପୋର୍ଟ :- ରଜତ ପଟ୍ଟନାୟକ