

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ପୁରୁଣା ରିଜର୍ଭ ପୋଲିସ କଲୋନୀ ଠାରେ ଅବସ୍ଥାପିତ ସୌନ୍ଦର୍ଯ୍ୟମୟ ପରିବେଶରେ ନବନିର୍ମିତ ମା’କୁଲାଡ଼ ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା ପବିତ୍ର ମହାଳୟାରୁ ବିଧିବଦ୍ଧ ଭାବେ ସମାହିତ ହୋଇଆସୁଅଛି । ଛତ୍ରପୁରର ପୋଲିସ ସାମାଜିକ ସଂସ୍କୃତି କଲ୍ୟାଣ ସଂଗଠନ ପକ୍ଷରୁ ଆୟୋଜିତ ବିଭିନ୍ନ ପର୍ଵପର୍ବାଣୀ ସହ ଅଧୂନା ଷୋଡଶ- ପୂଜାବିଧିରେ ଅନୁଷ୍ଠିତ ଏହି ନବରାତ୍ର ପୂଜା ମହାସମାରୋହରେ ପାଳିତ ହୋଇଆସୁଅଛି । ପ୍ରଥମଦିନରେ ମା’ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ଅର୍ଥାତ ଗୁରୁବାର ଦିନ ମା’ ବ୍ୟାଘ୍ରଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଲାଗି ହୋଇଛି । କୋଭିଡ଼ କଟକଣା ମଧ୍ୟରେ ସମ୍ପାଦିତ ହୋଇ ଆସିଥିବା ବେଳେ ସନ୍ଧ୍ୟାବେଳେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଢୋଲ, ଘଣ୍ଟ- ଝାଞ୍ଜ ବାଜଣାରେ ଆହୂତ ଦେବୀଙ୍କ ରାଜ-ଆଳତୀ ଅନୁଷ୍ଠିତ ହୋଇଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା