

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମପଞ୍ଚାୟତର ମା ଭରାଣ୍ଡି ସରସ୍ୱତୀ ଶିଶୁ ମନ୍ଦିରର ଅତିରିକ୍ତ ଶ୍ରେଣୀ ଗୃହର ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଉଦଘାଟନ କରାଯାଇଛି । ଏହାପରେ ମା ଭରାଣ୍ଡି ନୋଡାଲ ହାଇସ୍କୁଲ ବାର୍ଷିକ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷ, ଉପାଦକ୍ଷା, ବିଡ଼ିଓ ଗଞ୍ଜାମଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଂପାଦକଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


