ମା’ ମଝିଘରିଆଣି ମନ୍ଦିରର ଖୋଲିଲା ହୁଣ୍ଡି…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲା ଅଧିଷ୍ଟାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ମନ୍ଦିରର ହୁଣ୍ଡି ଖୋଲଯାଇଛି । ହୁଣ୍ଡିରୁ ୬୩ଲକ୍ଷ ୩୮ହାଜର ୧୦୫ଟଙ୍କା ମିଳିଛି । ପୋଲିସ ଏବଂ ମନ୍ଦିର ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ସକାଳୁ ସକାଳୁ ମନ୍ଦିରର ହୁଣ୍ଡିକୁ ଖୋଲାଯାଇଥିଲା । ଆନ୍ଧ୍ରବ୍ୟାଙ୍କ କର୍ମଚାରୀ ଏବଂ ମନ୍ଦିର ଟ୍ରଷ୍ଟିଙ୍କ ଉପସ୍ଥିତିରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ସହରର ସାଇଟ୍ରଷ୍ଟି, ଭଳି ୧୦୦ରୁ ଅଧିକ ସ୍ୱେଚ୍ଛାସେବୀ ଅନୁଷ୍ଟାନର ମହିଳା ଓ ପୁରୁଷମାନେ ଗଣାନା କାର୍ଯ୍ୟକୁ ତୁଲାଇଥିଲେ । ରାତି ୯ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିଥିଲା । ତେବେ ଗଣନା ପରେ ହୁଣ୍ଡିରୁ ୬୩ଲକ୍ଷ ୩୮ହାଜର ୧୦୫ ଟଙ୍କା ମିଳିଥିଲା । ସେହିପରି କିଛି ଶ୍ରଦ୍ଧାଳୁ ମାନେ ମାନଶିକ ରୂପେ ପ୍ରଦାନ କରିଥିବା ୧୦୨ଗ୍ରାମ ସୁନା ଏବଂ ୨କେଜି ୩୪୭ଗ୍ରାମ ରୁପାର ଅଳଙ୍କାର ମିଳିଥିଲା । ତେବେ ବିଡମ୍ବନାର କଥାଯେ କିଛି ଶ୍ରଦ୍ଧାଳୁ ନୋଟ ବନ୍ଦି ପରେ ଅଚଳ ହୋଇ ପଡିରହିଥିବା ୭୯ଟି ୫୦୦ଟଙ୍କିଆ ନୋଟ ଏବଂ ଗୋଟିଏ ୧୦୦୦ଟଙ୍କିଆ ନୋଟ ମିଳିଥିଲା ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ