ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପକଣ୍ଠ ମା ରାମଚଣ୍ଡୀ ମନ୍ଦିର ଠାରେ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ । କଲ୍ୟାଣ ମଣ୍ଡପ ସମ୍ପୂର୍ଣ୍ଣ ଉପରେ ଛତ୍ରପୁର ବିଧାୟକଙ୍କ ସହ ମନ୍ଦିର ପରିଚାଳନା କମିଟିର କର୍ମକର୍ତା ଆଲୋଚନା କରିଥିଲେ । ଏହାର ସମ୍ପୂର୍ଣ୍ଣ ପାଇଁ ଅନୁଦାନର ବ୍ୟବସ୍ଥା କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ତଥା ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ନାୟକ, କରପଡା ସରପଞ୍ଚ ସୁଷମା ନାୟକ ଯୋଗ ଦେଇଥିଲେ ମନ୍ଦିର ଟ୍ରଷ୍ଟର ଇଂ. ବିନୋଦ କୁମାର ପାଢୀ, ପରିଚାଳନା କମିଟିର ପରାମର୍ଶଦାତା ରବିନ୍ଦ୍ର ନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ମହାରଣା, ସଂପାଦକ ରବିନ୍ଦ୍ର କୁମାର ପଣ୍ଡା, ଉପସଭାପତି କ୍ଷୀରୋଦ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ପାଢୀ, କୋଷାଧ୍ୟକ୍ଷ ସୁରେଶ କୁମାର ପଣ୍ଡା, ସଂଯୋଜକ କମଳ କୁମାର ପଣ୍ଡା, ମନ୍ଦିର ଟ୍ରଷ୍ଟର ଲକ୍ଷ୍ମୀ ନୃସିଂହ ପଣ୍ଡା, କମିଟି ସଦସ୍ୟ ଭାସ୍କର ନାୟକ, ଅରୁଣ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପରେ ମନ୍ଦିର ଟ୍ରଷ୍ଟ ଓ ପରିଚାଳନା କମିଟିର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିସରରେ ଚାଲିଥିବା କଲ୍ୟାଣ ମଣ୍ଡପ, ହନୁମାନ ମନ୍ଦିର, ଭିୟୁ ପଏଂଟ, ପାଣି ଟାଙ୍କି, ମାର୍କେଟ କମ୍ପଲେକ୍ସ ସହ ବିଭିନ୍ନ ବିକାଶ ଉପରେ ବିସୃତ ଭାବେ ଆଲୋଚନା ହୋଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ଚରଣ ପଣ୍ଡା