

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଗଣଧାରଣାର ଅଷ୍ଟମ ଦିବସ ଥିଲା । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ, ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଓଡିଶାରେ ସମ୍ପୂର୍ଣ ରୂପେ ମଦ ବନ୍ଦ କରିବା ପାଇଁ କମାପଲ୍ଲୀ, ବ୍ରହ୍ମପୁର ନିକଟସ୍ଥ ତହସିଲଦାର ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳୀନ ଗଣଧାରଣା ଜାରି ରହିଛି । ଏହି ଗଣଧାରଣାର ଅଷ୍ଟମ ଦିବସରେ ଲଫିଙ୍ଗ କ୍ଲବ ତରଫରୁ ପ୍ରୋ. ଡମ୍ବୁରୁଧର ସାହୁ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ଆବାହକ ଶ୍ରୀ ଶିବପ୍ରସାଦ ମିଶ୍ର, ଜଗନ୍ନାଥ ଚେତନା ପ୍ରତିଷ୍ଟାନ ତରଫରୁ ଶ୍ରୀ ପୀତାମ୍ବର ମହାରଣା, ବ୍ରହ୍ମପୁର ଯୁଗଶକ୍ତି ଗାୟତ୍ରୀ ପରିବାରର ଶ୍ରୀ ପ୍ରଫୁଲ୍ଲ ଦାଶ, ଶ୍ରୀମତୀ ସବିତା ସାହୁକାର, ଶ୍ରୀ ଗୌରିଶଙ୍କର ମହାନ୍ତି ଓ ଶ୍ରୀ ଶିବସୁନ୍ଦର ରଥ ପ୍ରଭୃତି ଯୋଗଦେଇ ରାଜ୍ୟକୁ ମଦମୁକ୍ତ କରିବା ନିମନ୍ତେ ସରକାରଙ୍କୁ ଆହ୍ଵାନ ଏବଂ ଚେତାବନୀ ଦେଇଥିଲେ । ଆସନ୍ତାକାଲି ଧାରଣାର ଶେଷ ଦିବସ ଅର୍ଥାତ ୩୦.୦୧.୨୦୧୯ । ଏହି ଅବସରରେ ଆସନ୍ତାକାଲି ପୂର୍ବାହ୍ନ ୧୦ .୩୦ ଠାରୁ ପଥ ପ୍ରାନ୍ତ ନାଟକ ଏବଂ ବାଇକ ରାଲିର ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ(ମୋନା)ର ଜିଲ୍ଲା ସଭାପତି ରାଧାଚରଣ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗୁପ୍ତେଶ୍ଵର ଷଡଙ୍ଗୀଙ୍କ ଦ୍ଵାରା ପରିଚାଳନା କରିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା