

ଛତ୍ରପୁର (ସମୃଦ୍ଧ ଓଡିଶା) କବିସୂର୍ଯ୍ୟନଗର କଲ୍ୟାଣ ମଣ୍ଡପ ଠାରେ “ମିଡ଼ିଆ ହାଉସ” ଓ ଓଡିଶା କର୍ମଜିବି ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ “ଜାତୀୟ ସାମ୍ବାଦିକ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୧୯” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସ୍କା ଲୋକସଭା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସ୍କା ବିଧାୟିକା, କବିସୂର୍ଯ୍ୟନଗର ବିଧାୟିକା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
