ମୁକ୍ତେଶ୍ୱର ଯୁବକ ସଂଘର ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଯୁବଶକ୍ତିବିନା ରାଷ୍ଟ୍ର ନିର୍ମାଣ ସମ୍ଭବପର ନୁହେଁ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସମାଜସେବୀ ରଘୁନାଥ ମହାନ୍ତି ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଚମାରଗାଁ ପଂଚାୟତ ଅଧିନ ତେଘରୀଠାରେ ମୁକ୍ତେଶ୍ୱର ଯୁବକସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଶ୍ରୀ ମହାନ୍ତି ଦେଶ, ରାଜ୍ୟ, ଜିଲା, ବ୍ଲକ, ଅଂଚଳ ତଥା ପଂଚାୟତର ବିକାଶ ଲାଗି ଏହି ଯୁବଗୋଷ୍ଠି ମାନଙ୍କର ଭୂମୀକା ଅନ୍ୟନ୍ତ ଗୁୂରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ସମାଜସେବୀ ବଳରାମ ରାଉଳଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ଆଇନ୍ଜିବୀ ଶାନ୍ତନୁ କୁମାର ପଟ୍ଟନାୟକ ମୁଖ୍ୟବକ୍ତରୂପେ ଯୋଗ ଦେଇ ରାଇବଣିଆ ଅଂଚଳର ବିଭିନ୍ନ ସମାଜସେବା କ୍ଷେତ୍ରରେ କ୍ଲବର ଭୂମୀକାକୁ ଭୂୟସୀ ପ୍ରଶଂସାେ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଣକୃଷ୍ଣ ଦେ, ବାବାଜୀ ରାଉତ, ଚନ୍ଦନ କୁମାର ଦେ, ଶିକ୍ଷାବିତ୍ ଗୋପାଳ ଚନ୍ଦ୍ର ଜେନା, ଅବସରପ୍ରାପ୍ତ ସେନାଅଧିକାରୀ ବିଶ୍ୱେଶର ଦାସ ଓ ତାରକ ରାଉଳ, ଶିକ୍ଷାବିତ୍ ହରେନ୍ଦ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ଲାଭ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ପୁରସ୍କୃତ କରିଥିଲେ । ବିଚାରକ ରୂପେ ଯୋଗ ଦେଇଥିବା ଗୁରୁ ପ୍ରମୋଦ କୁମାର ପଣ୍ଡା, ସୁଶାନ୍ତ ବେହେରା ଓ ତନୁଜା ରଣାଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା