ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶାର ୧୯ଟି କେନ୍ଦୁପତ୍ର ଡିଭିଜନରେ କାର୍ଯ୍ୟରତ ୧୮ ହଜାରରୁ ଉର୍ଦ୍ଧ ସିଜିନାଲ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିଥିବାରୁ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ପ୍ରଭାତ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ଧାରାବାହିକ ଦାବିକୁ ଶେଷରେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଥିବାରୁ କର୍ମଚାରୀଙ୍କ ମହଲରେ ଆନନ୍ଦ ଖେଳି ଯାଇଛି । ତଥାପି ୩ ମାସ କାମ କରୁଥିବା କର୍ମଚାରୀଙ୍କୁ ଏକ ବର୍ଷ କାମ ଯୋଗାଇ ଦେବା ନିମନ୍ତେ ମିଳିଥିବା ପ୍ରତିଶ୍ରୁତି ସମ୍ପର୍କରେ କୌଣସି ଘୋଷଣା କରାଯାଇନାହିଁ । କର୍ମଚାରୀମାନେ ତଥାପି ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ଆଶା ରଖିଛନ୍ତି । ସେହିପରି ହେଉ ଚେକର, ସର୍କଲ ଚେକର ଓ ବାଇଣ୍ଡିଙ୍ଗ ଚେକର ମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ ଦାବି ଅମିମାଂସିତ ରହିଛି ଓ ଏହା ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବୋଲି ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।
ରିପୋର୍ଟ : ବିଜୟ ମାଲ୍ଲା