ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମସ୍ତ ପ୍ରକାର ଠିକା କର୍ମଚାରୀ:ହିଞ୍ଜିଳିକାଟୁରୁ ଆରମ୍ଭ ହେଲା ମୋ ସରକାରଙ୍କୁ ଚିଠି ଲେଖା କାର୍ଯ୍ୟକ୍ରମ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଆଜି ଓଡିଶା ଚୁକ୍ତି ଭିତ୍ତିକ କର୍ମଚାରୀ ମହାମଞ୍ଚର ଆହ୍ଵାନକ୍ରମେ ଓଡ଼ିଶାର ସମସ୍ତ ବ୍ଲକ, ତହସିଲ କାର୍ଯ୍ୟାଳୟ ଠାରେ ଚିଠି ଲେଖା କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ହିଞ୍ଜିଳିକାଟୁ ଠାରେ ପ୍ରଭାସ ହୋଇ ଓ ଶ୍ରୀନିବାସ ବାରିକିଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଚୁକ୍ତି ଭିତ୍ତିକ କର୍ମଚାରୀମାନେ ଏକ ହୋଇ ମୋ ସରକାରଙ୍କୁ ଚିଠି ଲେଖା ଗୁହାରି କରିଥିଲେ ଯେ ସପ୍ତମ ବ୍ୟତନ ଲାଗୁ ପରେ ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କର ଜୀବନ ଦୁର୍ଭିବାକ ହୋଇଯାଇଛି । ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବ୍ୟତନ ଲାଗୁ ହୋଇଥିବା ବେଳେ ଠିକା କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବ୍ୟତନ ଲାଗୁ ତା ଦୂରର କଥା ସରକାରଙ୍କ ସ୍ତିର କୃତ ଶର୍ବ ନିମ୍ନ ମଜୁରୀ ପ୍ରଦାନ କରୁନାହାନ୍ତି । ଏଥି ନିମନ୍ତେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଲେଖିଛନ୍ତି ଯେ ଆମ ସରକାରଙ୍କ ସମସ୍ତ ଯୋଜନା ମୋ ସରକାର ଓ ୫T ଯୋଜନକୁ ସଫଳ ରୂପାନ୍ତର କରିବା ପାଇଁ ସରକାର ଏହି ଯୁବ କର୍ମଚାରୀଙ୍କ ପାଇଁ ଲାଗୁ କରିଥିବା କୁଞ୍ଚିତ ଠିକାପ୍ରଥା ବନ୍ଦ କରି ସମସ୍ତ ନିୟମିତ ଚାକିରୀ ସହ ସପ୍ତମ ବ୍ୟତନ ଲାଗୁ କରିବା ପାଇଁ ସମସ୍ତ ଠିକା କର୍ମଚାରୀ ମାନେ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଓଡିଶା ଉଚ୍ଚ ନ୍ୟାୟାଳୟର ରାଜ୍ୟପାଳ, କଟକ ମୁଖ୍ୟ ବିଚାରପତି, ମୁଖ୍ୟ ଶାସନ ସଚ୍ଚିବ, ସାଧାରଣ ପ୍ରଶାସନ ସଚ୍ଚିବ ଓ ଅର୍ଥ ସଚ୍ଚିବଙ୍କୁ ଲେଖିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ବିଜୟ ମଲ୍ଲ ଯୋଗ ଦେବା ସହ ବଂଶୀଧର ତ୍ରିପାଠୀ, ମନୋଜ କୁମାର ସେଠିଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ନେତୃ ମଣ୍ଡଳୀ ଯୋଗଦାନ କରିଥିଲେ ।

ରିପୋର୍ଟ : ବିଜୟ ମଲ୍ଲ

One thought on “ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମସ୍ତ ପ୍ରକାର ଠିକା କର୍ମଚାରୀ:ହିଞ୍ଜିଳିକାଟୁରୁ ଆରମ୍ଭ ହେଲା ମୋ ସରକାରଙ୍କୁ ଚିଠି ଲେଖା କାର୍ଯ୍ୟକ୍ରମ…

  1. Naveen ji please do something for us . lot of difficulties r faced by us.plse hike our salary

Comments are closed.