ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ରାୟଗଡା ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦାବିପତ୍ର ପ୍ରଦାନ

ରାୟଗଡା (ତୁଷାର ରଞ୍ଜନ ସାହୁ) ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି ହେଉଥିବା ଆକ୍ରମଣର ପ୍ରତିବାଦ କରି ବିଭିନ୍ନ ସ୍ଥାନରେ ସାମ୍ବାଦିକ ସଂଘ ପକ୍ଷରୁ ଶୋଭାଯାତ୍ରା, ବିକ୍ଷୋଭ କରାଯାଉଛି । ରାୟଗଡା ଜିଲ୍ଲାରେ ମଧ୍ୟ ସାମ୍ବାଦିକମାନେ କିଛିଦିନ ହେଲା ନିରବ ପ୍ରତିବାଦ କରିଆସୁଛନ୍ତି । ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସରକାରୀ କର୍ମଚାରୀମାନେ ଅଣଦେଖା କରୁଥିବାରୁ ଏହାର ପ୍ରତିବାଦରେ ଏଠାରେ ମଧ୍ୟ ଶୋଭାଯାତ୍ରା ଓ ପ୍ରତିବାଦ ସଭା କରାଯାଇଥିଲା । ରାୟଗଡା ଜିଲ୍ଲା ଆନ୍ତଃରାଜ୍ୟ ମାନବାଧିକାର କାଉନସିଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ରାୟଗଡା ଜିଲ୍ଲାପାଳଙ୍କ ଜରିଆରେ ଏକଦବି ପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷାଦେବା ନିମନ୍ତେ ଦାବି ପତ୍ରରେ କୁହାଯାଇଛି । ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ପ୍ରଗତିଶୀଳ କାର୍ଯ୍ୟକ୍ରମକୁ  ଲୋକଙ୍କ ପାଖରେ ପହଞ୍ଚାଇବା ସାଧାରଣ ଜନତାକୁ ସଚେତନ କରାଇବା ହେଉଛି ସାମ୍ବାଦିକ ମାନଙ୍କର ମୁଖ୍ୟ ଭୂମିକା। ତେବେ ସରକାର ଯଦି ସାମ୍ବାଦିକ ମାନଙ୍କୁ ସୁରକ୍ଷା ନଦେବେ ଏଭଳି କାର୍ଯ୍ୟ କରିବାରେ ବାଧା ଉପୁଜିବ ।  ଦିଶେଷ କରି ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୁରକ୍ଷାଦେବା ତ ଦୂରର କଥା ସରକାରୀବାବୁ ମାନେ ଆଦୌ ସହଯୋଗ କରୁନାହାନ୍ତି । କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସରକାର ଯୋଗେଇ ଦେଉଥିବା ବୀମା, ସ୍ବାସ୍ଥ୍ୟବୀମା ଆଦି ସୁଯୋଗରୁ ବଞ୍ଚିତ କରାଯାଉଛି । ଏହାର ପ୍ରତିବାଦକରି ଅନ୍ତର୍ଜାତୀୟ ମାନବାଧିକାର କାଉନସିଲ ପକ୍ଷରୁ ଏ ସମସ୍ତ ସୁବିଧା ଯୋଗାଇଦେବାକୁ ଦାବିକରି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପଠାଯାଇଛି । ଏଥିରେ ରାଜ୍ୟ ସମ୍ପାଦକ ଶିବ ନାରାୟଣ ପାତ୍ର, ସହସମ୍ପାଦକ ଯୋଗେଶ୍ୱର ଦାଶ, ଦକ୍ଷିଣ ଓଡିଶା ସାଧାରଣ ସମ୍ପାଦକ ସନ୍ତୋଷ ଶତପଥୀ, କେତନ ବିଷୋୟୀ, ସନ୍ତୋଷୀ ସେନାପତି, ପ୍ରିୟଦର୍ଶନୀ ହୁଇକ, ଧର୍ମେନ୍ଦ୍ର ଦାଶ, ପି ଭାସ୍କର, ଏ ଗୌରୀ, ସୁଧାଂଶୁ ଦାଶଙ୍କ ସମେତ ବହୁ କର୍ମକର୍ତା ଯୋଗ ଦେଇଥିଲେ ।