
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପାଇଁ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସି-ଭୋଟର ସର୍ଭେରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଉଲ୍ଲେଖ ଯୋଗ୍ୟ ଯେ, କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ଲୋକପ୍ରିୟତା ନେଇ ସି-ଭୋଟର ଓ ଆଇଏଏନଏସ ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ ରହିଛନ୍ତି । ସରକାର ନେଇଥିବା ସମସ୍ତ ପଦକ୍ଷେପରେ ଲୋକମାନେ ସନ୍ତୁଷ୍ଟ ହୋଇ ନବୀନଙ୍କୁ ୮୨.୯୬% ଭୋଟ ଦେଇଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର
