

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳ ପଞ୍ଚମଥର ପାଇଁ କ୍ରମାଗତ ଭାବରେ ବିଧାନସଭା ନିର୍ବାଚନ ବିପୁଳ ସଂଖ୍ୟାରେ ଜିତିବା ପରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଦଳର ସଭାପତି ତଥା ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟଙ୍କୁ ଆଜି କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ସଦସ୍ୟାମାନେ ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ତଥା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ଶ୍ରୀମୟୀ ମିଶ୍ରଙ୍କ ନେତୃତ୍ୱରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧନା ଜଣାଇଛନ୍ତି । ୨୦୧୯ ନିର୍ବାଚନରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସଂଖ୍ୟାଧିକ ଆସନ ଆସିବା ସହିତସରକାର ଗଢ଼ୁଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ଆସନ୍ତା ଶପଥ ଗ୍ରହଣ ଉତ୍ସବକୁ ସେମାନଙ୍କୁ ସାମିଲ କରାଯିବାକୁ ମାନ୍ୟବର ସଭାପତିଙ୍କୁ ଅନୁରୋଧ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ ମଧ୍ୟ ଏ ବିଷୟରେ ବିଚାର କରୁଛନ୍ତି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର