

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଯୁବ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ବିଧାୟକଙ୍କ ବାସ ଭବନ ନିକଟରେ ଅନୁଷ୍ଟିତ ହୋଇଯାଇଛି l ଏଥିରେ ଡିଜିଟାଲ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରୋମୋସନ କରିବା ମୂଳ ଲକ୍ଷ୍ୟ ରଖାଯାଇଥିଲା l ଫେସବୁକ, ଟ୍ୱିଟର, ଟେଲିଗ୍ରlମ ଭଳି ସୋସିଆଲ୍ ମିଡିଆ ମାଧ୍ୟମରେ ସରକାରଙ୍କ ଯୋଜନାର ପ୍ରମୋଶନ କରାଯିବ ବୋଲି ଦଳର ଡିଜିଟାଲ ଟିମ୍ ପକ୍ଷରୁ କୁହାଯାଇଛି l 3T ଜରିଆରେ ଟିମ୍ ସ୍ପିରିଟ୍ ସହ ଯୋଡି ହୋଇ ଦଳୀୟ ଶୃଙ୍ଖଳା ରକ୍ଷା କରି ଦଳୀୟ କାର୍ଯ୍ୟ କରିବାକୁ ପ୍ରବକ୍ତା ତୁମ୍ବ ନାଥ ପଣ୍ଡା କହିଥିଲେ l ରାମ ମନ୍ଦିର କଲେ ବିକାଶ ନୂହେଁ, ଧର୍ମ ଆଧାରରେ ରାଜନୀତି କରିବା କଦାଚିତ ଗ୍ରହଣୀୟ ନୂହେଁ ବୋଲି ବିଧାୟକ ବିକ୍ରମ ପଣ୍ଡା କହିଥିଲେ l ଏହାସହ ଏଥିପ୍ରତି ଯୁବ ସାମାଜ ଜାଗ୍ରତ ହେବା ଜରୁରୀ ଏବଂ ଗରିବଙ୍କ ସାହାଯ୍ୟ କରିବା, ଅଞ୍ଚଳର ବିକାଶ କରିବା ଲୋକଙ୍କ ସମସ୍ୟା ଦୂର କରିବା ଆମର ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀ ପଣ୍ଡା କହିଥିଲେ l ଏହି ବୈଠକରେ ବିଜେଡି ଜିଲ୍ଲା ସଭାପତି ଚ୍ୟାଉ ପଟନାୟକ, ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ଗଞ୍ଜାମ ଜିଲ୍ଲା ମହିଳା ସଭାପତି ସଂଘମିତ୍ରା ଦଲେଇ, ଲେଖକ ପ୍ରଣବ ପାଣି, ବିଜେଡି ଯୁବ ଛାତ୍ର ସଭାପତି ଅଜିତ ପଣ୍ଡା,ଛାତ୍ର ସଭାପତି ଶୋଭନ ନାୟକ, ମହାନଗର ସଭାପତି ବିଜୟ ସାମଲ, ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ସାହୁ ସମେତ ମହାନଗରର ବହୁ ବିଜେଡି ନେତା, କର୍ମୀ ଉପସ୍ଥିତ ରହିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

