ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଛାତ୍ରଙ୍କ ଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଗ୍ରହଣ କରୁଥିବା ପଦକ୍ଷେପକୁ ସବୁ କ୍ଷେତ୍ରରେ ସ୍ୱାଗତ କରାଯାଇଥିବା ବେଳେ ଆର୍ଥିକ ସହାୟତାର ସୁଅ ଛୁଟିଛି । ଏପରିକି ଛାତ୍ରମାନେ ମଧ୍ୟ ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଉଛନ୍ତି । ଢେଙ୍କାନାଳ ଡିପିଏସ ସ୍କୁଲର ଜଣେ ୧୨ବର୍ଷର ୭ମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ସାଇ ସୁରଜ ରାଉତ ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ତାଙ୍କ ପରିବାର ଓ ସମ୍ପର୍କୀୟ ଲୋକଙ୍କ ଠାରୁ ଅର୍ଥ ଆଦାୟ କରି ୭୨୪୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଢେଙ୍କାନାକ ଜିଲ୍ଲାପାଳ ଭମେଶ ଚନ୍ଦ୍ର ବେହେରାଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଆୟୁଷ୍ମାନ ସାଇ ସୁରଜ ରାଉତ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ସନ୍ଥପୁର ଗ୍ରାମର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ନିୟୁ ଇଣ୍ଡିଆ’ର ସମ୍ପାଦକ ଶେଷଦେବ ରାଉତ ପୁତ୍ର ଓ ଶ୍ରୀମତୀ ପୂର୍ଣ୍ଣପ୍ରଭା ନାୟକଙ୍କ ଏକ ମାତ୍ର ପୁତ୍ର ।

ରିପୋର୍ଟ : ଶୁଭମ ପାଣି