

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ଶେରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାରେ ପହଞ୍ଚି ସେଠାରେ ୧୭୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ହରଭଙ୍ଗି ଜଳସେଚନ ପ୍ରକଳ୍ପର ସମ୍ପ୍ରସାରଣ ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ଏହାସହ ନିର୍ମାଣ ଶ୍ରମିକ ଯୋଜନାରେ ହିତାଧିକାରୀମାନଙ୍କୁ ପକ୍କା ଘର କାର୍ଯ୍ୟାଦେଶ ଓ ଅନ୍ୟାନ୍ୟ ଉପକରଣ ବଣ୍ଟନ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟପୁର ଠାରେ ଆୟୋଜିତ ସମାବେଶରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ଆଉ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟ ପାତ୍ର, ଉଷା ଦେବୀ, ବିଧାୟିକା ନନ୍ଦନୀ ଦେବୀ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆସିକା ବିଧାୟକ ଦେବରାଜ ମହାନ୍ତି, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ଖଲିକୋଟ ବିଧାୟକ ପୂର୍ଣ୍ଣ ସେଠୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଡ଼ିଶାର ବିକାଶ ଏକ ମାତ୍ର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ବିକାଶର ଧାରା ଜାରୀ ରହୁଥିବାରୁ ଜନସାଧାରଣ ଖୁସୀ ଅନୁଭବ କରୁଛନ୍ତି ବୋଲି ମନ୍ତ୍ରୀ ଉଷା ଦେବୀ କହିଥିଲେ । ଅନ୍ୟ ପଟେ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀମାନେ ମଧ୍ୟ ଖୁସୀ ଜାହିର କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



