

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ବିଜୁ ଯୁବ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସ ଉଦେଶ୍ୟରେ ୧୩ ନମ୍ବର ୱାର୍ଡ କୁଠାରି ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ରକ୍ତଦାନ ଠାରୁ ଆଉ କେଉଁ ଦାନ ବଡ଼ ନୁହେଁ l ତେଣୁ ରକ୍ତଦାନ ଏକ ମହତ ଦାନ l ବୋଲି କୁହାଯାଉଛି l କରୋନା ମହାମାରୀ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଯୋଗୁଁ କାହାର ଜୀବନ ଯେମିତି ନଯାଉ ଏହି ମହାନ ଚିନ୍ତାଧାରା ନେଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନିର୍ଦ୍ଧେଶ କ୍ରମେ ଏବଂ ମହାନଗର ବିଜୁ ଯୁବ ଜନତା ଦଳର ସଭାପତି ଅଜିତ ପଣ୍ଡାଙ୍କ ତତ୍ତ୍ୱlବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଜୀବନ ବିନ୍ଦୁ ଭଳି ଏକ ମହାନିୟ କାର୍ଯ୍ୟ କରିଛନ୍ତି ମହାନଗର ନିଗମର ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା l ସ୍ଵେଚ୍ଛାକୃତ ଭାବେ ବହୁ ସଂଖ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ଏବଂ ତାଙ୍କରି ପ୍ରିୟ ନେତାଙ୍କ ଜନ୍ମ ଦିନରେ ରକ୍ତଦାନ କରି ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଧନ୍ୟ ମନେ କରିଛନ୍ତି l ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଏକ ବେଦପାଠ କାଯ୍ୟକ୍ରମ କରିବା ସହ ସେହି ଅଞ୍ଚଳର ଘରେ ଘରେ ଚାରା ବଣ୍ଟନ କରାଯାଇଥିଲା l ଏହି ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ମୁତାବକ ଜନ୍ମଦିନକୁ ସମ୍ପୂର୍ଣ୍ଣରୂପେ ନିରାଡ଼ମ୍ବରେ ପାଳନ କରାଯିବl ସହ କୋଭିଡି ନିୟମକୁ ଅନୁସାରେ ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ବ୍ୟବହାର କରି ରକ୍ତଦାନ କରିଥିଲେ l ଆଜିର ଏହି ରକ୍ତଦାନ ଶିବିରରେ ୧୨୫ ୟୂନିଟି ରକ୍ତ ସଂଗ୍ରହ ହୋଇଥିଲା l ବ୍ରହ୍ମପୁର ରକ୍ତ ଭଣ୍ଡାରର ସହଯୋଗରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ବିଜେଡି ଜ଼ିଲ୍ଲା ସଭାପତି ତଥା ପୂର୍ବତ୍ତନ ବିଧ୍ୟାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଜୀବନ ଵିନ୍ଦୁ ସଂଯୋଜକ ସୁବାସ ଚନ୍ଦ୍ର ମହାରଣା ଉପସ୍ଥିତ ରହି ରକ୍ତଦାନ କରୁଥିବା ଯୁବକମାନଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ଯୁବ ସଭାପତି ଲକ୍ଷ୍ମଣ ଚୌଧୁରୀ, ମହିଳା ସଭାନେତ୍ରୀ ସଂଘମିତ୍ରl ଦଳାଇ, ଓଡିଶା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଏନ.ଧନଞ୍ଜୟ ରାଓ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ମୁକୁନ୍ଦ ଗୌଡ଼, ପୂର୍ବତନ କର୍ପୋରେଟର ଆର ମୂରଲୀ ମୋହନ, ସୁରେନ୍ଦ୍ର ମହାରଣା, ଏନ.ଆପ୍ପାରାଓ, ଦଣ୍ଡପାଣି ନାୟକ, ରାଜେଶ୍ୱର ବେହେରା, ମମତା ବିଷୋୟୀ, ତିରୁପତି ପାତ୍ର, ପି ଅସାରଣୀ ସମେତ ବ୍ରହ୍ମପୁର ଜ଼ିଲ୍ଲା ଯୁବ ବିଜେଡି ସଭାପତି ଅଜିତ ପଣ୍ଡା, ବିଜୟ ସାମଲ, ଜ୍ୟୋତି ରଞ୍ଜନ ସାହୁ, ଟି ଗୋପି, ଅସିତ ସାବତ, ବାବୁ ଗୌଡ଼, ତାପସ କୁମାର ସାହୁ, ଉଦୟ ବିଷୋୟୀ, ପ୍ରଭାତ ସାହୁ, ମଳୟ ବିଷୋୟୀ, ମଦନ ମୋହନ ଦଳାଇ, ସୋନାଲି ଗନ୍ତାୟତ, ମନିତା ଦାସ, ରାଜନିଷ ମିଶ୍ର, ଜଗନ୍ନାଥ ସାବତ, ଭାଗ୍ୟଶ୍ରୀ ମହାରଣା,ଏସ. ଏ ଖଲିଲ, ଫୈଜ ଖାଁନ, ସୁଧାଂଶୁ କୁମାର ସେଠି, ଦୂର୍ଗା ପଣ୍ଡା, ଶୋଭନ ନାୟକ, ଚିତ୍ରସେନ ନାୟକ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


