ରାୟଗଡା (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା ଜିଲ୍ଲା ଗସ୍ତ କରି ମହିଳା ସଶକ୍ତିକରଣ ସମାବେଶରେ ଯୋଗଦେଇ ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ୫୩୨କୋଟି ୫୮ଲକ୍ଷ ୫୧ହଜାର ଟଙ୍କା ବ୍ୟୟ ଅଟକଳରେ ୪୮ଟି ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ ସହ ୨୦୪କୋଟି ୮୪ଲକ୍ଷ ୩୭ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏଥି ସହ ୧୫୦୦ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ପ୍ରଦାନ, ୧୧୮୯ଜଣଙ୍କୁ ମଧୁବାବୁ ପେନସନ ପ୍ରଦାନ କରାଯାଇଥିଲା । ୨୧୯୭ଜଣଙ୍କୁ ଜଙ୍ଗଲ ଜମି ଅଧିକାର ପଟା ପ୍ରଦାନ, ୬୭୨୯ଟି ନୂତନ ଏବଂ ପୁରାତନ ସ୍ୱଂୟ ସହାୟିକା ଗୋଷ୍ଠୀକୁ ଏବଂ ଡିଜିଟାଲ ସଶକ୍ତିକରଣରେ ୬୭୫୩ଟି ଏସ୍ଏଚଜିକୁ ସିଡ ମନୀ ବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କର ପ୍ରାପ୍ତି ସ୍ବୀକାରର ବାର୍ତ୍ତା ଦିଆଯାଇଥିଲା । ଏଥି ସହ ରାଜ୍ୟ ସରକାର ହାତକୁ ନେଇଥିବା ବହୁ ଜନାହିତକର କାର୍ଯ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ୨ଟା ୩୦ମିନିଟ ସମୟରେ ଖଳିଗୁଡା ସ୍ଥିତ ଜିଷ୍ଟ କଲେଜ ସମ୍ମୁଖରେ ନିର୍ମିତ ଅସ୍ଥାଇ ହେଲିପ୍ୟାଡରେ ପହଂଚିବା ପରେ ଖଳିଗୁଡା ସ୍ଥିତ ଜିଷ୍ଟ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ମହିଳାଙ୍କୁ ସଶକ୍ତିକରଣ କରିବା ନିମନ୍ତେ ମିଶନ ଶକ୍ତି ସମାବେଶରେ ଯୋଗଦେଇ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଲୋକସଭା ସାଂସଦ ଝିନ୍ନ ହିକକା, ରାୟଗଡା ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ଲାଲ ବିହାରୀ ହିମିରିକା, ରାୟଗଡା ପର୍ଯ୍ୟବେକ୍ଷକ ସଂଜୟଦାସ ବର୍ମା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ସମିତ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ରାୟଗଡା ଏସପି ସର୍ବଣ ବିବେକ ଏହି ସମାବେଶରେ ଉପସ୍ଥିତ ରହିଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ୨୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ