



ବ୍ରହ୍ମପୁର (ସମୃଦ୍ଧ ଓଡିଶା)ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୭୪ତମ ଜନ୍ମ ଦିବସକୁ ଆଡମ୍ବର ସହକାରରେ ପାଳନ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ସମସ୍ତଙ୍କୁ ଅନୁରୋଧ କରିବା ସହ ଏହି ଅବସରରେ ଗରିବ ଲୋକଙ୍କ ସେବାରେ ନିଜକୁ ଊତ୍ସର୍ଗ କରିବା ପାଇଁ ସେ ଆହ୍ୱାନ ଦେଇ ଥିଲେ ଆଉ ତାହାର ପ୍ରତିଫଳନ ସହ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ସହରରେ,ତାଙ୍କ ଜନ୍ମ ଦିନ ପାଇଁ ଅଯଥା ବ୍ୟୟ କରି ଗଣେଶ ମନ୍ଦିରରେ ହୋମ ଯଜ୍ଞ କରାଯାଇଥିଲା । ଏଥିପାଇଁ ବୁଦ୍ଧିଜୀବୀମାନେ ଘୋର ନିନ୍ଦା କରୁଥିବା ଦେଖିବାକୁ ମିଳିଥିଲା ।ସୂଚନା ଅନୁଯାଇ ଗତକାଲି ସକାଳୁ ବିଜୁ ଜନତା ଦଳ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା । ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ହିଲପାଟଣା ଗଣେଶ ମନ୍ଦିରରେ ସକାଳୁ ନବୀନ ବାବୁଙ୍କ ଦୀର୍ଘ ଜୀବନ କାମନା କରି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସାଂସ୍କୃତିକ ଭବନରେ ଅନୁଷ୍ଠିତ ହୋଇଥିଲା ଏକ କାର୍ଯ୍ୟକ୍ରମ । ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ନବୀନ ବାବୁଙ୍କ ଲମ୍ବା ସଫଳତା ଜୀବନର କାହାଣୀ ସମ୍ପର୍କରେ ବର୍ଣ୍ଣନା କରିବା ସହ ଗରିବ ହିତାଧିକାରୀଙ୍କ ପାଇଁ ସେ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକର୍ମ କୁମାର ପଣ୍ଡା, ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନବୀନ ବାବୁଙ୍କ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ । ଏହି ଅବସରରେ ପିଲାମାନଙ୍କୁ ନୂଆ ଲୁଗା ଓ ଖାଦ୍ୟ ବଣ୍ଟନ କରାଯିବ ସହ ବିଭିନ୍ନ ପ୍ରତିଯୋଗିତାର କୃତି ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ବିଜେଡି ବ୍ରହ୍ମପୁର ନିର୍ବାଚନୀ ମଣ୍ଡଳୀ ପକ୍ଷରୁ ଟାଉନହଲ ଠାରେ ଏକ ସଭା ଅନୁଷ୍ଠିତ ହେବା ସହ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ବିଧାୟକ ବିକ୍ରମ ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ଡ଼. ଭଗବାନ ଗନ୍ତାୟତ, ପାଇକାରୀ ଭଣ୍ଡାର, ସଭାପତି ସୁଧୀର ରାଉତ, ବରିଷ୍ଠ ବିଜେଡି ନେତା ଉଜ୍ୱଳ ପାଢ଼ୀ, ବିଜେଡି ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ମିନାକ୍ଷୀ ମିଶ୍ର, ଲକ୍ଷ୍ମୀପ୍ରିୟା ପାଢ଼ୀ, ଜ୍ୟୋତ୍ସ୍ନା ପାଢ଼ୀ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଏନ. ଧନଞ୍ଜୟ ରାଓ, ମହାନଗର ସଭାପତି ବିଜୟ ସାମଲ, ପୂର୍ବତନ କର୍ପୋରେଟର ବି. ଶ୍ରୀନିବାସ ରାଓ, ବିଜେଡି ନେତା ବନମାଳୀ ସେଠି, ମଳୟ ବିଷୋୟୀ, ପୂର୍ବତନ କର୍ପୋରେଟର ରଞ୍ଜିତ ନାୟକ, ପାର୍ବତୀ ପ୍ରଧାନ, ସମାଜସେବୀ ଉଦୟ କୁମାର ବେହେରା, ଗଞ୍ଜାମ ଜିଲ୍ଲା କିନର ସଭାନେତ୍ରୀ ସୁଇଟି ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

