
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡିଶା ଜୀବିକା ମିଶନ ପକ୍ଷରୁ ୨ଲକ୍ଷ ଓ ପ୍ରତିଭା ମହିଳା ସମିତି ଗଁଦିଆ ପକ୍ଷରୁ ୫୦ହଜାର ଟଙ୍କା ମୁଖ୍ୟମନ୍ତୀଙ୍କ ରିଲିଫ ପାଣ୍ଠିକୁ ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ଖେଳାଇ ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଜାରି କରିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ନିମନ୍ତେ ରାଜ୍ୟରେ ଅର୍ଥ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସଂଗଠନ ପକ୍ଷରୁ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଆଜି ଓଡିଶା ଜୀବିକା ମିଶନ ଓ ପ୍ରତିଭା ମହିଳା ସମିତି ପକ୍ଷରୁ ୨ଲକ୍ଷ ୫୦ହଜାର ଟଙ୍କା ଦାନ କରାଯାଇଛି ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା