ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ମୁକାବିଲା କରିବାକୁ କୋଭିଡି-୧୯ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ଗ୍ରାମପଞ୍ଚାୟତର କରାପଲ୍ଲୀ ଗ୍ରାମର ବିଜୁ ଜନତା ଦଳ ତରଫରୁ ୧,୫୦,୦୦୦ (ଏକ ଲକ୍ଷ ପଚାଶ ହଜାର ଟଙ୍କା) ବିଧାୟକ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ମହତ କାର୍ଯ୍ୟରେ ଏସ. ପୋଟେୟା(ତେଲୁଗୁ ନାଇଡ଼ୁ) ଯୁଧିଷ୍ଠିର ସାହୁ(ଓଡ଼ିଆ ନାଇଡ଼ୁ) ରାଜେନ୍ଦ୍ର ଚୌଧୁରୀ, ମୋହନ ରାଓ, ଟି. ତାରେଣାୟା, ଏସ. ଦାନେଶୁ ରେଡ୍ଡୀ, ଏନ. ଭେଙ୍କେଟ ରେଡ୍ଡୀ, ଏନ. ମୋହନ ରାଓ, ବସନ୍ତ ମହାରଣା, ୱାଇ. ରାମମୂର୍ତ୍ତି, ଏନ. ଯାନୀ ରେଡ୍ଡୀ, ପର୍ଶୁରାମ ରେଡ୍ଡୀ, ସୂର୍ଯ୍ୟ ଗୌଡ଼, କେଦାର ସାହୁ, ଏନ. ଦଣ୍ଡପାଣି ରେଡ୍ଡୀ ରାମହରି ପାତ୍ର, କୃଷ୍ଣ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଶେଷରେ ବିଧାୟକ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା