ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକ ସିମେଣ୍ଟ ଗୋଦାମରେ କାର୍ଯ୍ୟ କରି ଆସୁଥିବା ଜନୈକ ଶ୍ରମିକ ଟ୍ରକରୁ ସିମେଣ୍ଟ ବସ୍ତା ଓହ୍ଲାଉଥିବା ବେଳେ ତା ଉପରେ ସେ ଗୁରୁତର ଆହତ ହୋଇ ଭୂବନେଶ୍ୱରରେ ଚିକିତ୍ସତ ହୋଇ ଆସୁଥିଲା । ଘଟଣାର ୨୭ଦିନ ପରେ ଗତକାଲି ତାର ମୃତ୍ୟ ଘଟିଥିବାରୁ ସେ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶଜଳେଶ୍ୱର ଥାନା ଅନ୍ତର୍ଗତ ସୁଗୋ ପଂଚାୟତ ଅଧିନ ଧାନ ସିମୁଳିଆ ଗ୍ରାମର ସ୍ୱର୍ଗତ ମଧୁସୂଦନ ଦାସଙ୍କ ପୁଅ ଭଗବାନ ଚନ୍ଦ୍ର ଦାସ (୪୯) ସବୁଦିନ ପରି ସେହି ଗାଁର ଗୌତମ ଚନ୍ଦ୍ର ପାତ୍ରଙ୍କ ସିମେଣ୍ଟ ଗୋଦାମରେ କାର୍ଯ୍ୟ କରି ଆସୁଥିଲା । କିନ୍ତୁ ଗତ ଏପ୍ରିଲ ୨୧ ତାରିଖରେ ଟ୍ରକରୁ ସିମେଣ୍ଟ ଓହ୍ଲାଉଥିବା ବେଳେ ତା ମୁଣ୍ଡ ଉପରେ ଅନ୍ୟ ଏକ ସିମେଣ୍ଟ ବସ୍ତା ଖସି ପଡିବାରୁ ସେ ଗୁରୁତର ଆହତ ହୋଇ ପ୍ରଥମେ ଜିକେଭଟ୍ଟର ହସ୍ପତଟାଲ ଓ ପରେ ଭୁବନେଶ୍ୱରସ୍ଥିତ ହାଇଟେକ୍ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲା । ସ୍ପାଇନାଲ କଡ ଛିଡି ଯାଇଥିବାରୁ ପରିସ୍ଥିତି ଉଦ୍ବେଗ ଥିଲା ।ଆଜି ସକାଳ ୫ଟା୧୫ମି. ସମୟରେ ତାଙ୍କର ସେଠାରେ ମୃତ୍ୟୁ ଘଟିଛି । ଘରେ ତାର ବିଧବା ସ୍ତ୍ରୀ ଗିତାରାଣୀ ଓ ଅବିବାହିତ ଝିଅ ଓ ଜଣେ ଛୋଟ ପୁଅ ନିରାଶ୍ରୟ ହୋଇଛନ୍ତି । ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା