

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ରାମଜାନ ମାସର ଶେଷଦିନରେ ମୁସଲମାନ ଭାଇମାନଙ୍କ ବଡ ପର୍ବ ଇଦୁଲ ଫିତର । ଏହି ଅବସରରେ ଛତ୍ରପୁର ନିକଟସ୍ଥ ପୁତିଗୋପାଳପୁର ମସଜିଦରେ ଧର୍ମଗୁରୁ ହାଫିଜ୍ ଇଦ୍ ନମାଜ ପାଠକରି ବଡ ଧୁମ୍ ଧାମରେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଛନ୍ତି । ଏହି ରାମଜାନ ମାସକୁ ମୁସଲମାନ ଭାଇମାନେ ଦାନ ପ୍ରେମ ପୁଣ୍ୟ ଓ ଭାଇଚାରାର ପବିତ୍ର ମାସ ରୂପେ ମାନନ୍ତି । ପୁରା ମାସ ତମାମ ବୃଦ୍ଧରୁ ବନିତା ପଯ୍ୟନ୍ତ ସମସ୍ତେ ଏକ ମାସ ଧରି ଉପବାସ ରୁହନ୍ତି ସନ୍ଧ୍ୟାରେ ଇଫତାର ପାର୍ଟିରେ ସମସ୍ତେ ଏକାଠି ହୋଇ ଉପବାସ ଛାଡିଥାନ୍ତି ଏବଂ କିମ୍ବଦନ୍ତୀ ଅନୁଯାୟୀ ଜୀବନରେ ସଞ୍ଚିତ କରିଥିବା ଧନରୁ କିଛି ଅଂଶ ଗରିବ ଆଭାବିମାନଙ୍କୁ ବାଣ୍ଟି ଦେବାର ମଧ୍ୟ ବିଧି ରଖିଛନ୍ତି । ଏହି ପବିତ୍ର ରାମଜାନ ଶେଷରେ ଚନ୍ଦ୍ର ଆକାଶରେ ଦେଖିବା ପରେ ହିଁ ତାର ଦ୍ଵିତୀୟ ଦିନ ଇଦ୍ ପାଳନ କରାଯାଏ । ଇଦ୍ ନମାଜ ପାଠସାରି ସିଧା ସମସ୍ତେ ନିଜ ମୃତ ଆତ୍ମୀୟ ପ୍ରିୟଜନଙ୍କୁ କବର ସ୍ଥାନରେ କବରମାନଙ୍କ ଉପରେ ଧୁପ ଦେଇ ଫୁଲ ଚଢେଇ ସ୍ମୃତିଚାରଣ କରିଥାନ୍ତି । ଏହି କ୍ରମରେ ମୁସଲମାନ ଭାଇମାନେ ଉତ୍ସବ ମୁଖର ହୋଇ ପର୍ବ ପାଳନ କରିଥାନ୍ତି । ଏହି ଅବସରରେ ଛତ୍ରପୁର ମସଜିଦରେ ମୁସଲମାନ ଭାଇମାନେ ହସଖୁସିରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ ୟୁଶିବ୍ ଖାନ୍, ଇଜୁ ଆମିନ୍ ଖାନ୍ ଜଲାଲ ଖାନ, ମିର୍ଜା ଖାନ୍, ଆୟୁବ ଖାନ, ବିଲ୍ଲା ଖାନ୍, ଫାତୁ ଖାନ୍, ଆଫତାବ ଖାନ୍, ଜାଖିର ଖାନ୍, ଆଫୋ ଖାନ୍, ଶିଖନ୍ଦର ଖାନ୍, ସାଭିର ଖାନ୍, ବପି ଖାନ୍, ସୟଦ୍ ସିରାଜ ଅହମ୍ମଦ । ସେହିପରି ଆମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ବି ମୁସଲିମ ଭାଇମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା










