ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପାଖେଇ ଆସୁଥିବାରୁ କର୍ମୀମାନଙ୍କ ମନ ତୋଷଣ କରିବାପାଇଁ ଦିନକୁ ଦିନ ନୂଆଁ ନୂଆଁ ଯୋଜନା ପ୍ରେରଣ କରୁଥିବା ଦେଖିବାକୁ ମିଳୁଛି l ଆଜି ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ୩୬ଜଣ ଜନପ୍ରତିନିଧି ଦୁବାଇ ଗ୍ରସ୍ତରେ ଯାଉଛନ୍ତି l ସକାଳ ୭ଘଣ୍ଟ ସମୟରେ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ଯାତ୍ରା ଆରମ୍ଭ କରିଛନ୍ତି l ଏହି ଯାତ୍ରା ଆରମ୍ଭ ସମୟରେ ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା ଏବଂ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ଯ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରାଙ୍କ ଉପସ୍ଥିତିରେ ଏହି ଟିମ୍ ଯାତ୍ରା ଆରମ୍ଭ କରିଛନ୍ତି l ଏହି ଯାତ୍ରାର ମୂଳ ଲକ୍ଷ ହେଉଛି ସେମାନେ ବିଶେଷ କରି ସେଠାକାର ବାଣିଜ୍ୟ, ଗମନାଗମନ ଓ ପରିମଳ ବ୍ୟବସ୍ଥା ଉପରେ ଶିକ୍ଷଣୀୟ ବିଷୟ ବୁଲି ଦେଖିବେ l ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଲକ୍ ସର୍ବ ଭାରତରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ଜନପ୍ରତିନିଧି ଓ ମିଶନ ଶକ୍ତି ମା’ ମାନଙ୍କ ପାଇଁ ଏହି ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି l ଏହି ଯାତ୍ରାର ୩୬ଜଣିଆ ଟିମ୍ ଙ୍କ ମଧ୍ୟରେ ହିଞ୍ଜିଳିକାଟୁ ପୌରାଞ୍ଚଳର ୫ଜଣ ହିଞ୍ଜିଳିକାଟୁ ବ୍ଲକ୍ ର ୨୫ଜଣ ଏଵଂ ଶେରଗଡ଼ ବ୍ଲକ୍ ର ୬ଜଣ ଅଛନ୍ତି l ଏଥିମଧ୍ୟରୁ ମହିଳା ୧୬ଜଣ ଥିବାବେଳେ ପୁରୁଷ ୨୦ଜଣ ଯାତ୍ରା କରିଛନ୍ତି l ସେମାନଙ୍କ ମଧ୍ୟରେ ଅଛନ୍ତି ହିଞ୍ଜିଳିକାଟୁ ବ୍ଲକ୍ ର ହିଞ୍ଜିଳି ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ସେଠୀ, ହିଞ୍ଜିଳିକାଟୁ ବ୍ଲକ୍ ଉପାଧ୍ୟକ୍ଷ ସୁନିଲ୍ ଗନ୍ତାୟତ, ଗଣ୍ଡଳା ସରପଞ୍ଚ ସ୍ଥିତିପଗ୍ୟାନ୍ ସେଠୀ , ଗଣ୍ଡଳା ସମିତି ସଭ୍ୟ ପ୍ରସାନ୍ତ କୁମାର ସାହୁ , କଞ୍ଚୁରୁ ସରପଞ୍ଚ ମଦନମୋହନ ସେଠୀ , ଦୂର୍ବନ୍ଧ ସରପଞ୍ଚ ସନ୍ତୋଷ କୁମାର ସାହୁ , ଦୁର୍ବନ୍ଧ ସମିତିସଭ୍ୟ ଜଗବନ୍ଧୁ ସାହୁ , ବୁରୁପଡ଼ା ସରପଞ୍ଚ ସନ୍ତୋଷ କୁମାର ବେହେରା , ବୁରୁପଡା ସମିତିସଭ୍ୟ ବସନ୍ତ ସେଠୀ , ଚାନ୍ଦୁଲି ସମିତିସଭ୍ୟ ସନ୍ତୋଷ କୁମାର ସାହୁ , ଦାରୁଭଦ୍ରା ସରପଞ୍ଚ ବିକାସ ସେଠୀ , ଦୟାପଲି ସରପଞ୍ଚ ସଞ୍ଜିତା ଭାନ୍ଧି , ପୋଚିଲିମା ସମିତିସଭ୍ୟ ଆରତୀ ନାଇକ , ବଡଖଣ୍ଡି ସରପଞ୍ଚ ଝୁନୁ ନାଇକ ,ବଡ଼ଖଣ୍ଡି ସମିତିସଭ୍ୟ କେ. ନର୍ମଦା ,ମଙ୍କରଝୋଳ ସରପଞ୍ଚ ଗଣପତି ସାହୁ ,ମଙ୍କରଝୋଳ ସମିତିସଭ୍ୟ ଜି. ମୋହନ୍ ରାଓ ,ରାଳବ ସରପଞ୍ଚ ରଶ୍ମିତା ପ୍ରଧାନ , ରାଳବ ସମିତିସଭ୍ୟ ରିନା ପଲାଇ, ଶାସନଆମ୍ବଙ୍ଗା ସରପଞ୍ଚ ଦନାର୍ଦନ ସେଠୀ,ସିକିରି ସରପଞ୍ଚ ସୁରେଶ ବରଡ , ମକରଝୋଳ ଏସ. ହେଚ୍. ଜି ସଭ୍ୟ ଏସ୍. କସ୍ତୁରୀ ,ଜିଲ୍ଲା ପରିଷଦ ସଭ୍ୟ ବାଇ ଗୀତାଞ୍ଜଳି , ସାରୁ ସମିତିସଭ୍ୟ ଶକୁନ୍ତଳା ଦାସ , ସେହିପରି ହିଞ୍ଜିଳିକାଟୁ ପୌର ପରିଷଦର ବିଭୁ ପ୍ରସାଦ ପଣ୍ଡା ୱାର୍ଡ଼ ମେମ୍ବର ନମ୍ୱର୍ ୫, ଶ୍ରୀମତୀ ସୁପ୍ରଭା ମହାରଣା ୱାର୍ଡ଼ ମେମ୍ବର ନମ୍ୱର୍ ୧୦, ଶ୍ରୀମତୀ ରୁକ୍ମିଣୀ ବିଷୋୟୀ ୱାର୍ଡ଼ ମେମ୍ବର ନମ୍ୱର୍ ୧୨, ବସନ୍ତ କୁମାର ବେହେରା ୱାର୍ଡ଼ ମେମ୍ବର ନମ୍ୱର୍ ୧୯, ଶ୍ରୀମତୀ ସୁଜାତା କୁମାରୀ ସ୍ୱାଇଁ ୱାର୍ଡ଼ ମେମ୍ବର ନମ୍ୱର୍ ୨୧ଏଵଂ ଶେରଗଡ଼ ବ୍ଲକ୍ ର ପତିମା ବିଷୋୟୀ କୃଷ୍ଣ ଛାଇ ସରପଞ୍ଚ, ବିଛେନ୍ଦ୍ର ଦାସ କୁଲାଗଡ ସମିତିସଭ୍ୟ , ରାମ ରାଘବ ପାତ୍ର ଶେରଗଡ଼, ଶିବରାମ ମେହନା ତଂହର ସରପଞ୍ଚ, ବିଭୁ ଚରଣ ସାହୁ ଶେରଗଡ଼ ମର୍କେଟିଙ୍ଗି ଇନିସ୍ପେକ୍ଟର, ଦନାର୍ଦନ ପାତ୍ର ଶେରଗଡ଼ ସମିତିସଭ୍ୟ ପ୍ରମୁଖ ଦୁବାଇ ଗ୍ରସ୍ତ କରିଛନ୍ତି l ଏମାନଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ I
ରିପୋର୍ଟ୍ ରଜତ ପଟ୍ଟନାୟକ