ମୃତକଙ୍କ ପରିବାରକୁ ବିଜେଡିର ସହାୟତା…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମପଞ୍ଚାୟତର କୁଶପଲ୍ଲୀ ଗ୍ରାମର ତ୍ରିନାଥ ମୁଳି(୬୨) ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିବା ବେଳେ ଏପ୍ରିଲ ୫ ତାରିଖ ଦିନ ଗୋଲିଆ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ପକ୍ଷରୁ ସହଯୋଗର ହାତ ବଢାଯାଇଛି । ଗୋଲିଆ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଉପସଭାପତି ବାପୁଜୀ ବିଷୋୟୀ ଓ ଅନ୍ୟ ବିଜେଡି କର୍ମୀମାନଙ୍କ ସହ ମୃତକଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସ୍ଥାନୀୟ ବିଜେଡି କର୍ମକର୍ତ୍ତାଙ୍କ ଏହି ପ୍ରକାର ପଦକ୍ଷେପକୁ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।