ମୃତ୍ୟୁ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ନବୀନ : ଆନ୍ଧ୍ରା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ମହାବାତ୍ୟା ‘ତିତଲି’ରେ ୫୨ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ପ୍ରାଥମିକ ଆକଳନ କରିଛି । ମୃତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୂର୍ବରୁ ଏହା ୪ ଲକ୍ଷ ଥିଲା । ଆଜି  ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ସେପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁନାଇଡ଼ୁ ମୃତକଙ୍କୁ ୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଆଜି  ଗଜପତି ଜିଲା ଗଙ୍ଗାବାଡ଼ ପଞ୍ଚାୟତର ଚମ୍ପାପୁରରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ବୃଦ୍ଧି ସହିତ ଆହୁରି ଅନେକ ଘୋଷଣା କରିଛନ୍ତି। ପାହାଡ଼ ଉପରେ ଥିବା ବାରଘର ଗାଁକୁ ପାହାଡ଼ ତଳକୁ ଅଣାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ହିତାଧିକାରୀଙ୍କୁ ପଟ୍ଟା ବାଣ୍ଟିଛନ୍ତି। ଏଥିସହିତ ‘ତିତଲି’ ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ପରିବାରର ଅନାଥ ପିଲାଙ୍କ ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ନେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେମାନଙ୍କୁ ରାଜ୍ୟ ସରକାର ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ଭରଣପୋଷଣ, ପାଠପଢ଼ା ସହିତ ଆତ୍ମନିର୍ଭରଶୀଳ କରିବାର ଦାୟିତ୍ୱ ନେବେ। ସେଠାରୁ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳର ପରିଦର୍ଶନ ପାଇଁ ଭଞ୍ଜନଗର ଯାଇଛନ୍ତି। ‘ତିତଲି’ରେ ଯେଉଁ ପରିବାରର ଘର ଭାଙ୍ଗି ଯାଇଥିବ ସେମାନଙ୍କୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ସେଠାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣା ଯେପରି ତତ୍କାଳ କାର୍ଯ୍ୟକାରୀ ହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।ଅନ୍ୟପକ୍ଷରେ  ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପ୍ରଭାବରେ ରାଜ୍ୟରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏକ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ତିତ୍‌ଲି’ ପ୍ରଭାବରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ୪ ଲକ୍ଷ ଟଙ୍କା ଦିଆଯିବା ପାଇଁ ଘୋଷଣା କରାଯାଇଥିଲା।ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ଚମ୍ପାପୁରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।‘ତିତ୍‌ଲି’ ଯୋଗୁ ଅନାଥ ହୋଇଯାଇଥିବା ପିଲାଙ୍କ ଦାୟିତ୍ୱ ସରକାର ନେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ସରକାର ଅନାଥ ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ। ସରକାର ଅନାଥ ପିଲାଙ୍କୁ ପାଠ ପଢ଼ାଇବା ସହ ଆତ୍ମନିର୍ଭରଶୀଳ କରାଇବେ।ଏଥିସହିତ ପାହାଡ଼ ଉପରେ ଥିବା ବାରଘର ଗାଁ ପାହାଡ଼ ତଳକୁ ଆସିବ। ଏଥିପାଇଁ ଗାଁ ଲୋକଙ୍କୁ ସରକାର ପାହାଡ଼ ତଳେ ଜମି ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଜମି ପଟ୍ଟା ବାଣ୍ଟିଥିଲେ। କିଛି ହିତାଧିକାରୀଙ୍କୁ ସେ ଜମି ପଟ୍ଟା ଦେଇଛନ୍ତି।ସୂଚନାଯୋଗ୍ୟ, ‘ତିତ୍‌ଲି’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବାରଘର ଗାଁରେ ପାହାଡ଼ ଧସି ଯିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟାରୁ ରକ୍ଷା ପାଇବା ପାଇଁ ଏମାନେ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିଲେ।ମୁଖ୍ୟ ଶାସନ ସଚିବ ଆଜି ଯେଉଁ ସୂଚନା ଦେଇଛନ୍ତି, ସେହି ଅନୁସାରେ ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ୧୨ ଏବଂ କନ୍ଧମାଳରେ ଜଣଙ୍କର ମୃତ୍ୟୁ ଘଟିଛି।