ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ସୋମବାର ତଥା ୧୩ ମଇ ରିଖରେ ଜଗନ୍ନାଥ ପ୍ରସାଦ ବ୍ଲକର ଗ୍ରାମ୍ୟ କୃଷି କର୍ମଚାରୀ ଅନିଲ କୁମାର ବେହେରା ନିଜ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅଜଣା ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିଲା । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଗତକାଲି ଗ୍ରାମ୍ୟ କୃଷି କର୍ମଚାରୀ/ମହିଳା ଗ୍ରାମ୍ୟ କୃଷି କର୍ମଚାରୀ, ଗଞ୍ଜାମ ଶାଖା ତରଫରୁ ଉପଦେଷ୍ଟା ଅନ୍ତର୍ଯ୍ୟାମୀ ମହାନ୍ତି, ସଭାପତି ଦୁର୍ଗା ପ୍ରସାଦ ପ୍ରଧାନ, ସଂପାଦକ ଦେବ ପ୍ରସାଦ ସାହୁ ଓ କ୍ୟାସିୟର କୃଷ୍ଣଚନ୍ଦ୍ର ସାହୁଙ୍କ ସମେତ ୧୫ଜଣରୁ ଉର୍ଦ୍ଧ୍ବ ଗ୍ରାମ୍ୟ କୃଷି କର୍ମଚାରୀ ମୃତ ଅନିଲଙ୍କ ପିତାଙ୍କୁ ୧୦୯୨୦୦/-(ଏକ ଲକ୍ଷ ନଅ ହଜାର ଦୁଇ ଶହ) ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ମୃତ ଅନିଲର ପିତା ଜଣେ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଘରେ ଦୁଇ ଜଣ ଅବିବାହିତ ଭଉଣୀ ଓ ମାଆ ଅଛନ୍ତି । ତେଣୁ ମୃତକଙ୍କ ପରିବାରରୁ ଜଣକୁ ଚାକିରିର ବ୍ୟବସ୍ଥା କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଅଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା