

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତ ନିମିଶୋଳା ଗ୍ରାମରେ ରମା ପ୍ରଧାନ ନାମଙ୍କ ଜୈନେକ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ଏନେଇ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାକୁ ନେଇ ଶନିବାର ଜିଲ୍ଲା ବିଜେପି କର୍ମକର୍ତ୍ତା ଏକ ଟିମ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ମୃତ ମହିଳାଙ୍କ ପରିବାରଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ ଏବଂ ଆଗାମୀ ଦିନରେ ନ୍ୟାୟି ନ ମିଳିଲା ପର୍ଯ୍ୟନ୍ତ ଲଢେଇ ଜାରି କରିବାକୁ ପ୍ରତିଶୃତି ଦେଇଥିଲେ । ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ପୁର୍ବତନ ସଭାପତି କାହ୍ନୁଚରଣ ପତି, ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବନେତା ପ୍ରଶାନ୍ତ କୁମାର କର, ଜିଲ୍ଲା ଉପ ସଭାପତି ସୁବ୍ରତ ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ସ୍ଥାନୀୟ ମଶ୍ଚଜୀବୀ ନେତା ଭୀମସେନ ବେହେରା ପ୍ରମୁଖ ଗ୍ରାମରେ ପହଞ୍ଚି ମୃତକ ମହିଳାଙ୍କ ପରବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଗ୍ରାମର ଶତାଧିକ ମହିଳା ଥାନାରେ ଘେରାଉ କରିବା ସମୟରେ ଥାନା ଅଧିକାରୀ ମହିଳାମାନଙ୍କୁ ଦୃବ୍ୟବହାର କରିଥିବା ବିଜେପି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ଗ୍ରାମର ଶତାଧିକ ମହିଳା ବିଜେପି ନେତାମାନଙ୍କୁ ଭେଟି ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଆନ୍ଦୋଳାତ୍ମକ ପନ୍ଥା ଜାରି ରହିବ ବୋଲି କହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


