ଗଜପତି (ସମୃଦ୍ଧ ଓଡିଶା) ମୃଦୁ ଭୂକମ୍ପରେ ଥରିଲା ଗଜପତି । ଏହି ଜିଲ୍ଲାର ଅଧିକାଂଶ ସ୍ଥାନରେ ଆଜି ସକାଳୁ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା । ଗଜପତି ଜିଲ୍ଲାର ମୋହନାରେ ଭୂକମ୍ପ ଝଟକା ଅନୁଭବ କରିଥିଲେ ମୋହନାବାସି । ଯାହା ଫଳରେ ଭୂମିକମ୍ପ ହେବା ସମୟରେ ଲୋକମାନେ ଭୟଭୀତ ହୋଇ ଯାଇଥିଲେ ଏବଂ ସୁରକ୍ଷା ପାଇଁ ଘରୁ ବାହାରକୁ ବାହାରି ଆସିଥିଲେ । ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ ।
ରିପୋର୍ଟ : ଆଦିତ୍ୟ ପ୍ରସାଦ ପଟ୍ଟନାୟକ