ମେକ୍‌ ଇନ ଓଡ଼ିଶା କନକ୍ଲେଭ ଉଦଘାଟିତ

ଭୁବନେଶ୍ୱର (ସମୃଦ୍ଧ ଓଡିଶା )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ମହାକୁମ୍ଭ ମେକ-ଇନ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ଜନତା ମୈଦାନଠାରେ ଅନୁଷ୍ଠିତ ଏହି କନକ୍ଲେଭ ୫ ଦିନ ଧରି ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଏବେ ଦେଶର ଶିଳ୍ପକେନ୍ଦ୍ର ଭାବେ ଉଭା ହୋଇଛି । ଏହି ନୂଆ ଓଡ଼ିଶାକୁ ସେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ଏହା ସହିତ ସେ ମେକ ଇନ ଓଡ଼ିଶା କନକ୍ଲେଭକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି ।ଦେଶ ବିଦେଶରେ ଓଡ଼ିଶାକୁ ଏକ ପସନ୍ଦର ପୁଞ୍ଜିନିବେଶସ୍ଥଳୀରେ ପରିଣତ କରିବା ଏହି କନକ୍ଲେଭର ଉଦ୍ଦେଶ । ଏହି ଅବସରରେ  ଦେଶର କେତେକ ପ୍ରତିଷ୍ଠିତ ଶିଳ୍ପପତି ଯୋଗଦେବାର କାର୍ଯକ୍ରମ ରହିଛି । ତେବେ ଏହି କନକ୍ଲେଭରେ କୌଣସି ଶିଳ୍ପସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବନାହିଁ ବୋଲି ଜଣାପଡିଛି ।  ଏଥିରେ ଜାପାନ, ଫ୍ରାନ୍ସ, ଋଷିଆ, ଜର୍ମାନ, ସାଉଦିଆରବ ଓ ୟୁଏଇ ଯୋଗଦେବାଲାଗି ସମ୍ମତି ଜଣାଇଥିବାବେଳେ ଜାପାନ ଏହି କନକ୍ଲେଭର ସହଯୋଗୀ ରହିଛି । ୨୦୧୬ ରେ ଅନୁଷ୍ଠିତ ପ୍ରଥମ କନକ୍ଲେଭରେ ଏଠାରେ ଶିଳ୍ପ ପ୍ରତିଷ୍ଠା ଲାଗି ୨୧୪ଟି ଶିଳ୍ପ ସଂସ୍ଥା ଆବେଦନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୫ଟି ସଂସ୍ଥାର ଭୂମିପୂଜନ ହୋଇଛି ଓ ୩ଟିରୁ ଉତ୍ପାଦନ ଚାଲିଛି ।