

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାନବ ଜାତି ପାଇଁ ଘାତକ ସାଜିଥିବା କରୋନା ମହାମାରୀ ଯୋଗୁଁ ବିଭିନ୍ନ ଡାକ୍ତରଖାନାରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ ବ୍ରହ୍ମପୁର ଆର.ଜେ.ଫ୍ୟାନ୍ କ୍ଲବ ପକ୍ଷରୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ବଉଳଝୋଳି ଅନ୍ତର୍ଗତ କୁକୁଡ଼ାଖଣ୍ଡି ସ୍ଥିତ ଫାର୍ମ ପରିସରରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ରକ୍ତ ଦାନ ଶିବିରର ଶୁଭ ଆରମ୍ଭ କରି ରକ୍ତଦାନ କରୁଥିବା ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଥିବାରୁ ବହୁ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । କିଛି ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟି ଯାଉଛି । ତେଣୁ ଏ ସମସ୍ତ ସମସ୍ୟାର ସମାଧାନ କରିବା ଏବଂ ରକ୍ତ ଅଭାବକୁ ଦୂର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହାସହ ଏହି ଅବସରରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚଦ୍ର ଜେନା ଆମର ରକ୍ତ ଦାନରେ ଯଦି ଅନ୍ୟ କାହାର ଜୀବନ ବଞ୍ଚି ପାରେ ତେବେ ମୁଁ ସମସ୍ତ ଭାଇ ଓ ବନ୍ଧୁଗଣଙ୍କୁ ଅନୁରୋଧ କରୁଛି ଆପଣମାନେ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ କାରଣ ଆପଣଙ୍କ ଏହି ମହତ ଦାନ ଅନ୍ୟ କାହାର ଜୀବନ ବଞ୍ଚେଇ ପାରେ ବୋଲି ମତ ପ୍ରକାଶ କରିଥିଲେ । ଏହି ଶିବିରରେ ମୋଟ ୧୨୧ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ଏହାସହ ଏହି ଶିବିରରେ ରକ୍ତଦାନ କରିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ରକ୍ତ ଦାନ କରିବା ପରେ ଜୁସ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକଙ୍କ ବାପା ଅର୍କିତ ଜେନା, ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ ହୋତା, ଅବନୀ ଶଥପଥୀ, ଦେବାଶିଷ୍ ମହାନ୍ତି, ପ୍ରବକାର ତ୍ରିପାଠୀ, ଭବାନୀ ସାହୁ, ଅଜିତ ରାଉଳ, ସୁଶାନ୍ତ ସ୍ୱାଇଁ, ଶିବ ପ୍ରସାଦ ପ୍ରଧାନ, ରୋହିତ ଖୁଣ୍ଟିଆ, ମୁରଲୀ ସାହୁ, ମିତ୍ରଭାନୁ ଦଳାଇ, ଭବାନୀ ସାହୁ, ଆଶିଷ କୁମାର ହୋତା, ଆକାଶ ପାହାନ, ମୁକେଶ ରାଓ, ଚିନ୍ତୁ ସେଠି, ଅମନ ସାହୁ, ମିଟୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



