ମେଟ୍ରିକ ପରୀକ୍ଷାକୁ ନେଇ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାଖେଇ ଆସିଲାଣି ମେଟ୍ରିକ ପରୀକ୍ଷା । ଏ ନେଇ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରେକ୍ଷାଳୟରେ ଗତ ରବିବାର ଦିନ ଏକ ଜିଲ୍ଲା ସ୍ତରୀୟ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଉପସ୍ଥିତ ରହିଥିଲେ । ଏଥିରେ ମେଟ୍ରିକ ପରୀକ୍ଷାରେ ପିଲାମାନଙ୍କୁ ଉଚିତ ଶିକ୍ଷାଦାନ ଓ ମାର୍ଗଦର୍ଶନ କରାଇ ସମଗ୍ର ଜିଲ୍ଲାରେ କିଭଳି ଭଲ ଫଳାଫଳ କରିପାରିବେ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଏହାସହ ଡ୍ରିମ ପ୍ରୋଜେକ୍ଟ ଆରମ୍ଭ କରାଯାଇ ଏହାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଡ୍ରିମ ପ୍ରୋଜେକ୍ଟ ଜରିଆରେ ଆଗାମୀ ମାଟ୍ରିକ ପରୀକ୍ଷାରେ କେବଳ ଯେ ପରୀକ୍ଷାର୍ଥୀମାନେ ଶତ ପ୍ରତିଶତ କୃତକାର୍ଯ୍ୟ ହେବେ ଏହା ନୁହଁ ବରଂ ଏ ପ୍ଲସ ଗ୍ରେଡରେ ସଫଳତା ହାସଲ କରିପାରିବେ ତାହା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା