ମେଡିକାଲ ଉର୍ନତି କରଣରେ ଅବହେଳା:ତୁରନ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଦାବୀ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ ଥିବା ଆୟୁର୍ବେଦିକ ମେଡିକାଲ ଗତ ତିତିଲି ବନ୍ୟାରେ ଶୋଚନୀୟ ହୋଇପଡ଼ିଛି । ଏହାର ଉନତି କରଣ ସକାଶେ ୧,୬୦,୦୦୦ ଟଙ୍କା ଆସିଥିଲେ ସୁଦ୍ଧା ତାହା କାଯ୍ୟକାରି ହୋଇପାରୁନାହିଁ, ଏକ ବର୍ଷ ବିତିଗଲାଣୀ କାର୍ଯ୍ୟ କରିବା ନିମନ୍ତେ ଆବେଦନ ଆସିଥିଲେ ସୁଦ୍ଧା ତାହା ସ୍ତଗିତ କାହିଁକି, ଏ ନେହି ପ୍ରଶ୍ନ ଉଙ୍କି ମାରୁଚି ଲୋକଙ୍କ ମଧ୍ୟରେ । ବର୍ଷା ଏବଂ ଖରାରୁ ଆୟତ କରିବା ଲାଗି ଉକ୍ତ ଭଙ୍ଗା ଟିଣ ପାତ୍ରା ଉପରେ ବିଛାଯାଉଛି ଜରିକଭର ଏବଂ ଏଠାରେ ରୋଗୀ ଚିକିସ୍ଥିତ ହେବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଉକ୍ତ ମେଡିକାଲର ଡାକ୍ତର କୋଠରୀକୁ ସଜାଡ଼ିବା ନିମନ୍ତେ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧା କାର୍ଯ୍ୟ କରିବାରେ ଅବହେଳିତ କରୁଛନ୍ତି ରାଜନେତାମାନେ । ଏହା ଉପରେ କୌଣସି ସରକାରୀ ବାବୁ କି ରାଜ ନେତାମାନଙ୍କ ଦୁଷ୍ଟି ପଡୁନି କାହିଁକି ? ରାଜନେତା ମାନଙ୍କ ଦୁଷ୍ଟି ପଢିଥାଏ କେବଳ ମଦ କୋଉଠି ବିକାଯିବ । ଲେଟ୍ରିନ କରାଇବା ପାଇଁ କେମିତି ଲୋକଙ୍କଠୁ ୨୦୦୦.୦୦ ଟଙ୍କା ଅଗ୍ରିମ କରାଇବା ଏହି ସବୁ ଉପରେ ଆକ୍ଷେପ ପଢିଥାଏ କିନ୍ତୁ ଭଗ୍ନ ଅବସ୍ଥାରେ ଥିବା ଆୟୁରବେଦିକ ମେଡିକାଲର ଉର୍ନତି ସକାଶେ ବର୍ଷ ବର୍ଷ ବିତି ଗଲାଣି କିନ୍ତୁ କାର୍ଯ୍ୟକାରି ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ଏହାର ତୁରନ୍ତ ଉର୍ନତି କରଣର ସକାଶେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମସ୍ତ ସମସ୍ୟାର ସମାଧାନ କରାଯାଉ ବୋଲି ଦାବୀ କରାଯାଇଛି ।

ରିପୋର୍ଟ : ସ୍ୱତନ୍ତ୍ର ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା