ମେଣ୍ଡରାଜପୁର ବସ୍ ଟ୍ରାଜେଡିରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଅମର ଆତ୍ମାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ରେଙ୍ଗେଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଣ୍ଡରାଜପୁର ଠାରେ ଯାତ୍ରୀବାହୀ ବସ ବିଦ୍ୟୁତ୍ ସଂଷ୍ପର୍ଶରେ ଆସି ୧୦ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହାତ ହୋଇଥିଲେ । ଏହି ଦୁର୍ଘଟଣାରେ ନିଜ ଆତ୍ମିୟ ମାନଙ୍କୁ ହରାଇ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଏଭଳି ଏକ ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୃତଙ୍କ ପରିବାରବର୍ଗଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ସମବେଦନା ଜଣାଇଛନ୍ତି । ଏହି କ୍ରମରେ ଆଜି ବିଭିନ୍ନ ରାଜନୈନିତ ଦଳ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମ୍ୱାଦିକ ଓ ଯୁବ ବର୍ଗଙ୍କ ପକ୍ଷରୁ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା, ମୃତଙ୍କ ଅମର ଆତ୍ମର ସଦଗତି ଓ ଆହାତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ସହରର ଗାନ୍ଧୀନଗର ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦ୍ୱିପ ପ୍ରଦାନ କରାଯାଇଛି । ଏଥିରେ ସମସ୍ତ ବ୍ୟକ୍ତି ବିଶେଷ ଯୋଗଦେଇ ପ୍ରଥମେ ନିରବ ପ୍ରାର୍ଥନା କରାଯାଇଥିଲେ । ପରେ ସାମ୍ୱାଦିକ ଶିବରାମ ଚୌଧୂରୀ ଦୁର୍ଘଟଣା ସମ୍ପର୍କରେ ନିଜର ଅନୁଭୂତି ଜଣାଇଥିବା ବେଳେ ଏହି ଶ୍ରଦ୍ଧାଞ୍ଜଳି ସଭାର ଆରମ୍ଭ କରିଥିଲେ  । ମହାନଗର ଯୁବ ବିଜେଡିର ଆର. ମୁରଲୀ ମୋହନ ଓ ମୁକୁନ୍ଦ ଗୌଡ଼ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କରି ଦ୍ୱାଦଶ କାର୍ଯ୍ୟରେ ସମସ୍ତେ ଯୋଗ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହାସହ ଚିକିଟି ନିର୍ବାଚନ ମଣ୍ଡଳି ଏକସିଙ୍ଗି ଗ୍ରାମର ସରପଞ୍ଚ ତଥା ଡଙ୍କଲପାଡୁ ଗାଁର ସିଏଚ୍. ସୁଧାକର ରେଡ୍ଡୀ ଏଥିରେ ଯୋଗଦେଇ ସମସ୍ତ ମୃତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହାତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହାସହ ଘଟଣା ଦିନ ପ୍ରତ୍ୟକ୍ଷଦର୍ଶୀ ଭାବେ ନିଜର ଅନୁଭୂତି ଜଣାଇବା ସହ ଦୁର୍ଘଟଣା ପରେ ସମସ୍ତ ବର୍ଗର ଲୋକେ ଏଥିରେ ସାମିଲ ହୋଇ ସାହାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ  । ତେବେ ବର୍ତ୍ତମାନ କଟକ ଏସସିବି ମେଡିକାଲରେ ୭ଜଣ ଆହାତଙ୍କ ଚିକିତ୍ସା ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ବର୍ତ୍ତମାନ ମଧ୍ୟ ସଙ୍କଟାପନ୍ନ ରହିଛି । ବି. ସାରଦାଙ୍କ ଗୋଡ଼ କାଟିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ବି. ମହାଲକ୍ଷ୍ମୀ କୋମାରେ ଅଛନ୍ତି । ଏଣୁ ତାଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ଏହାସହ ବରିଷ୍ଠ ସାମ୍ୱାଦିକ ଶିଶିର ପାଣିଗ୍ରାହୀ ଏହି ଅବସରରେ ପ୍ରତ୍ୟେକ ମୃତକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବା ସହ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରାଯାଇଛି । ଏଥିରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବବୁମୂଖୀ ସଂଘର ସଭାପତି ଯୋଗଦେଇ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ବ୍ରହ୍ମପୁର ବଡ଼ ମେଡିକାଲରେ ତୁରନ୍ତ ବର୍ନ ୟୁନିଟ୍ ଖୋଲିବାକୁ ଦାବୀ କରିଛନ୍ତି । ଶେଷରେ ସାମ୍ୱାଦିକ ସୁଦିପ୍ ସାହୁ ଏଭଳି ଦୁର୍ଘଟଣା ଯେଭଳି ନ ଦୋହରାଉ ସେଥିପାଇଁ ସମସ୍ତେ ଯନ୍ନବାନ ହେବା ଆବଶ୍ୟକ ବୋଲି ମତ ପୋଷଣ କରିଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ଆର ମୁରଲୀ ମୋହନ, ମୁକୁନ୍ଦ ଗୌଡ଼, ସିମାଞ୍ଚଳ ସାହୁ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ବିଜୟ ଭାସ୍କର ସିଂ ସାମନ୍ତ, ରାମ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ବିକାଶ ପାଣିଗ୍ରାହୀ, କିରଣ କୁମାର ସାହୁ, କମଲ ପାତ୍ର, ମଧୁସୂଦନ ସାହୁ, ପିଣ୍ଟୁ ସାହୁ, ପ୍ରସନ୍ନ ସ୍ୱାଇଁ, ଆଲୋକ ଶତପଥୀ, ଭଗବାନ ଭୂୟାଁ, ରାଜୁ ବେହେରା, ଅରୁଣ ଗୌଡ଼, ଆର. କ୍ରିଷ୍ଣା ରେଡ୍ଡୀ ଓ ସାମ୍ୱାଦିକଙ୍କ ମଧ୍ୟରେ ଶିଶିର ପାଣିଗ୍ରାହୀ, ସୁଦିପ୍ ସାହୁ, ଲକ୍ଷ୍ମୀ ବେଜ୍ , ଶିବ ଦଳେଇ, ମାନସ ବିଷୋୟୀ, ଶିବରାମ ଚୌଧୂରୀ, ଆଲୋକ ସାହୁ, ପିତାମ୍ୱର ନାହାକ, ବିଶ୍ୱନାଥ ମାରଣା, ଡି. ଗୋପାଳ କୃଷ୍ଣ ରେଡ୍ଡୀ, ସଞ୍ଜୟ ପଣ୍ଡା, ମନୋଜ ପଣ୍ଡା, ସଚିନ ବେହେରା, ଦିନେଶ ପଟ୍ଟନାୟକ, ଅମର ଦାଶ,ଅଭିଜିତ୍ କର, ଲିକୁ ଡାକୁଆ, ସୁଦାମ ବେହେରା, ସ୍ୱାଧୀନ ସାହୁ ଓ କୁନାଲ ରଣା ସମୃଦ୍ଧ ଓଡିଶା ନିଉଜ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଇଲେକ୍ଟ୍ରୋନିକ୍ ମିଡିଆ ଓ ୱେବ ମିଡିଆ, ପ୍ରିନ୍ଟ ମିଡିଆର ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା